ପୋଲ ଉପରେ ୩ ଫୁଟର ପାଣି; ଯାତାୟାତରେ ବାଧା

ମାଲକାନଗିରି : ଗତ ଦୁଇ ଦିନ ଧରି ସମଗ୍ର ମାଲକାନଗିରି ଜିଲାରେ ଲଗାଣ ବର୍ଷା ଲାଗି ରହିଥିବାରୁ ଆଜି ସକାଳୁ ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ କଙ୍ଗୁରୁକୋଣ୍ଡା ପୋଲ ବୁଡି ଯାଇଛି। ବ୍ରିଜ ଉପରେ ୨ରୁ ୩ଫୁଟ ଉଚ୍ଚର ପାଣି ଚାଲି ଥିବାରୁ ମାଲକାନଗିରିରୁ କାଲିମେଳା, ଏମଭି୭୯, ମୋଟୁ, ହାଇଦ୍ରାବାଦ, ଭଦ୍ରାଚଳମକୁ ଯାନବାହନ ଚଳାଚଳ ବନ୍ଦ ରହିଛି। ମାଲକାନଗିରି ଜିଲା ହେର୍ଡ କ୍ୱାର୍ଟରଠାରୁ କାଲିମେଳା, ମୋଟୁ ବିଚ୍ଛିନ୍ନ ହୋଇଯାଇଛି। ସୂଚନାଯୋଗ୍ୟ ଯେ ପୋଟେରୁ, କାଙ୍ଗୁରକୋଣ୍ଡା, ଏମଭି୭, ଏମଭି ୩୭ ଠାରେ ନିଚା ବ୍ରିଜ ଥିବାରୁ ବର୍ଷା ଦିନେ ସେଗୁଡିକ ବୁଡି ଯାଉ ଥିବାରୁ ସେଠାରେ ଉଚ୍ଚା ବ୍ରିଜ ଗତ ତିନିବର୍ଷ ହେଲା ନିର୍ମାଣ ଚାଲିଥିଲେ ମଧ୍ୟ କାର୍ଯ୍ୟ ଶେଷ ହେଉ ନଥିବାରୁ ଚଳିତ ବର୍ଷ ମଧ୍ୟ ସେହି ବ୍ରିଜ ଗୁଡିକ ବୁଡ଼ି ଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Comments are closed.