www.samajalive.in
Sunday, December 7, 2025
16.1 C
Bhubaneswar

ଅଜଣା ପୋକ ଆକ୍ରମଣରେ ମକା ଫସଲ କ୍ଷତିଗ୍ରସ୍ତ, ଚିନ୍ତାରେ ଚାଷୀ

ଯୋଡା : ଅଜଣା ପୋକ ସଂକ୍ରମଣରେ କେନ୍ଦୁଝର ଜିଲାର ପ୍ରାୟ ଅଞ୍ଚଳରେ ମକା ଫସଲ ବହୁଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। କେତେକ ଅଞ୍ଚଳରେ ମାସେ ପୂର୍ବରୁ ରୋପଣ ହୋଇଥିବା ମକା ଫସଲ ଅଧାରୁ ଅଧିକ ପରିମାଣର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ଯୋଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଯୁବ ଚାଷୀ ସୁଧାଂଶୁ ସେଖର ସାମାଡ୍‍ ଅଭିଯୋଗ କରିଛନ୍ତି ଯେ ହଜାର ହଜାର ଟଙ୍କା ବ୍ୟୟରେ କୃଷିବିଭାଗ ଅଧିକାରୀଙ୍କ ଅନୁମୋଦନକ୍ରମେ ଉନ୍ନତମାନର ଶଙ୍କର ଜାତୀୟ ବିହନ କିଣି ମକା ଚାଷ କରିଥିଲେ। ମାତ୍ର ଅଜଣା ପୋକ ଆକ୍ରମଣରେ ଏବେ ଏହି ଫସଲ ନଷ୍ଟ ହୋଇଯାଇଛି। ଶ୍ରୀ ସାମାଡ୍‍ଙ୍କ ଭଳି କେନ୍ଦୁଝର ଜିଲାର ସଂଖ୍ୟାଧିକ ଚାଷୀ ବର୍ତ୍ତମାନ ମୁଣ୍ଡରେ ହାତଦେଇ ବସିଥିବାର ଖବର ମିଳିଛି। ଉଲ୍ଲେଖଯୋଗ୍ୟ ଯେ ଳିତ ବର୍ଷ ମୌସୁମୀ ବର୍ଷାର ଘୋର ଅନିୟମିତତା କାରଣରୁ ଅଦ୍ୟାବିଧି କେନ୍ଦୁଝର ଜିଲାର ଅଧିକାଂଶ ଅଞ୍ଚଳରେ ଧାନ ଋଆ କାର୍ଯ୍ୟ ଆରମ୍ଭ ହୋଇନି। ଏଭଳି ସମୟରେ ସମଗ୍ର କେନ୍ଦୁଝର ଜିଲାରେ ଚାଷୀ ଦ୍ୱିତୀୟ ବିକଳ୍ପ ଫସଲ ରୂପେ ମକା ମକା ଚାଷ କରିଛନ୍ତି। ମକା ଫସଲ ନିମନ୍ତେ ଧାନ ଅପେକ୍ଷା କମ ଜଳ ଆବଶ୍ୟକ ଥିବାରୁ ଚାଷୀକୂଳ ଏଭଳି ନିଷ୍ପତ୍ତିଗ୍ରହଣ କରିଥିବାର ଜଣାପଡିଛି।
ଏ ନେଇ କୃଷି ବିଭାଗ ଅଧିକାରୀଙ୍କୁ ଯୋଗେଯାଗ କରାଯିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଏହି ନୂଆ ପୋକ ଆକ୍ରମଣ ଉପରେ ସଚେତନତା କରିବାକୁ ବ୍ଲକସ୍ତରୀୟ କର୍ମଶାଳାମାନ ଆୟୋଜନ କରାଯାଉଛି ବୋଲି କୃଷି ଅଧିକାରୀ କହିଥିଲେ। ତେବେ କର୍ମଶାଳା ଦ୍ୱାରା କୌଣସି ସୁଫଳ ମିଳିବ ନାହିିଁ ବୋଲି ବିରକଳା ଗ୍ରାମର ଅଗ୍ରଣୀ ଚାଷୀ ବିନୋଦ ବିହାରୀ ନାଏକ ଓ ଅନ୍ୟମାନେ କହିଛନ୍ତି। ପ୍ରାପ୍ତ ତଥ୍ୟ ଅନୁସାରେ ଚଳିତ ଖରିଫ ଋତୁରେ ସମଗ୍ର କେନ୍ଦୁଝର ଜିଲାର ପ୍ରାୟ ୬୫୦୦୦ ଏକରରୁ ଊର୍ଦ୍ଧ୍ବ ଜମିରେ ମକା ପସଲ ଚାଷ ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories