ମହାରାଷ୍ଟ୍ରରେ ୯୦ ହଜାର ଡେଇଁଲା କରୋନା: ଜାଣନ୍ତୁ, କେଉଁ ରାଜ୍ୟରେ କେତେ ସଂକ୍ରମିତ ଓ କେତେ ମୃତ ?
ମୁମ୍ବଇ: ମହାରାଷ୍ଟ୍ର ଦେଶର କରୋନା କ୍ୟାପିଟାଲରେ ପରିଣତ ହୋଇଛି। ଏଠାରେ କରୋନା ସଂକ୍ରମିତ ଏବଂ ମୃତୁ୍ୟ ସଂଖ୍ୟା ସବୁଠୁ ଅଧିକ। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଡେଇଁଛି। ବୁଧବାର ସୁଦ୍ଧା ରାଜ୍ୟରେ ୯୦ ହଜାର ୭୮୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ଏବେସୁଦ୍ଧା ୩୨୮୯ ଜଣଙ୍କ ଜୀବନ ଗଲାଣି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୨ ହଜାର ୬୩୯ ଜଣ ସୁସ୍ଥ ହୋଇଥିବାବେଳେ ୪୪ ହଜାର ୮୫୯ ଜଣ ସକ୍ରିୟ ରହିଛନ୍ତି। ଏହି ରାଜ୍ୟ ପଛକୁ ରହିଛନ୍ତି ତାମିଲନାଡୁ, ଦିଲ୍ଲୀ ଏବଂ ଗୁଜରାଟ। ତାମିଲନାଡୁରେ ୩୪ ହଜାର ୯୧୪ ସଂକ୍ରମିତ ଚିହ୍ଟଟ ହୋଇଥିବାବେଳେ ଦିଲ୍ଲୀରେ ୨୯ ହଜାର ୯୪୩ ଏବଂ ଗୁଜରାଟରେ ୨୧ ହଜାର ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ରାଜ୍ୟର ସଂକ୍ରମିତ ଏବଂ ମୃତକଙ୍କ ତାଲିକା ନିମ୍ନରେ ଦିଆଗଲା:-
Comments are closed.