www.samajalive.in
Sunday, December 7, 2025
23.1 C
Bhubaneswar

ତୈଳ ଦର ବୃଦ୍ଧିକୁ ନେଇ ଅମିତାଭ, ଅକ୍ଷୟଙ୍କୁ କଂଗ୍ରେସ ନେତାଙ୍କ ଧମକ

ମୁମ୍ବଇ: ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ଅଭିନେତା ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କୁ ସମାଲୋଚନା କରିବା ସହିତ ଧମକ ଦେଇଛନ୍ତି। ଏହି ଦୁଇ ଅଭିନେତାଙ୍କୁ ସେ ପ୍ରଶ୍ନ କରିଛନ୍ତି ଯେ, ଆପଣମାନେ କ’ଣ ମୋଦୀ ସରକାରଙ୍କ ଚାପରେ ଅଛନ୍ତି ? ଏହି ଲୋକମାନେ ଜନତାଙ୍କ ପକ୍ଷରେ କୁହନ୍ତି ନାହିଁ, ଯେତେବେଳେ କି ସେହି ଜନତା ସେମାନଙ୍କ ଚଳଚ୍ଚିତ୍ରର ଟିକେଟ କିଣି ଦେଖନ୍ତି। ଏହି ଅଭିନେତାଙ୍କ ଚଳଚ୍ଚିତ୍ରକୁ ମହାରାଷ୍ଟ୍ରରେ କେହି ଦେଖିବେ ନାହିଁ କି ତାହାର ଶୁଟିଂ ହୋଇପାରିବ ନାହିଁ ବୋଲି ପଟୋଲେ ଚେତାବନୀ ଦେଇଛନ୍ତି। ସେ ଆହୁରି କହିଛନ୍ତି, ଏହା କୌଣସି ଧମକ ନୁହେଁ, ଗଣତନ୍ତ୍ର ପାଇଁ ଏଭଳି କରାଯିବ।

ପଟୋଲେ କହିଛନ୍ତି, ତତ୍କାଳୀନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂହ ତୈଳ ଦର କମ୍‌ ରଖିଥିଲେ, ଯେତେବେଳେ କି ବିଶ୍ଵ ବଜାରରେ ଅଶୋଧିତ ତୈଳ ଦର ବହୁ ଅଧିକ ଥିଲା। ସେତେବେଳେ ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାର ଟ୍ବିଟ୍‌ କରି ପେଟ୍ରୋଲ-ଡିଜେଲ ଲିଟର ପିଛା ୫-୧୦ ଟଙ୍କାରେ ବିକ୍ରି କରିବାକୁ ଦାବି କରିଥିଲେ। ଏ​‌ବେ ମୋଦୀ ସରକାର ଯେଉଁଭଳି ତୈଳ ଦର ବୃଦ୍ଧି କରୁଛନ୍ତି, ସେନେଇ ଏମାନେ ଟ୍ବିଟ୍‌ କରୁନାହାନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories