www.samajalive.in
Sunday, December 7, 2025
14.1 C
Bhubaneswar

ତୁଳୀରେ ଝଲସୁଛି ଆଦିବାସୀ ସଂସ୍କୃତି ଓ ପରମ୍ପରା

ବଲାଙ୍ଗିର : ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଲଳିତ କଳା ଏକାଡେମୀ ତଥା ଆର୍ଟ ରିସୋର୍ସ ସେଣ୍ଟର ବଲାଙ୍ଗିର ଆନୁକୂଲ୍ୟରେ ୩ ଦିନ ଧରି ହେବାକୁ ଥିବା ରାଜ୍ୟସ୍ତରୀୟ  ଆଦିବାସୀ ଚିତ୍ରଶିଳ୍ପୀ ଶିବିର ଉଦଘାଟିତ ହୋଇଛି। ଶିବିରକୁ ରାଜ୍ୟ ତଥା ବଲାଙ୍ଗିର ଜିଲାର ବିଶିଷ୍ଟ ଚିତ୍ର ଶିଳ୍ପୀ ବାସୁଦେବ ମେହେର ଉଦଘାଟନ କରିଛନ୍ତି। ରାଜ୍ୟସ୍ତରୀୟ ଶିବିରରେ ଓଡିଶାର ବିଭିନ୍ନ ଜିଲାରୁ ଦେବ ମାରି, ସଞ୍ଜୟ ମାଝୀ, ନିତ୍ୟାନନ୍ଦ ସିର୍ଦ୍ଦାର, ନରେନ୍ଦ୍ର କୁମାର ମାଝୀ, ବରୁଣ ରାଜ କିସ୍କୁ, ବହ୍ଲଭ କିଶୋର ହାଁସଦା, ଗୀତାଞ୍ଜଳୀ ଜାନୀ, ଶିବ ଜାନୀ, ଶିବରାମ ନାୟକ, ଅକ୍ଷୟ ସଲତର, ବୁଧୁ ମୁଣ୍ଡା, ଅର୍ଜୁନ ମାଝୀ ପ୍ରମୁଖ ଆଦିବାସୀ ସଂସ୍କୃତି, ପରମ୍ପରା ସମ୍ପର୍କରେ ଚିତ୍ର ମାଧ୍ୟମରେ ନିଜ କଳାର ଯାଦୁଗରୀ ଦେଖାଇଛନ୍ତି। ବିଶେଷ କରି ଆଦିବାସୀମାନଙ୍କ ଚାଷ କରିବା ଶୈଳୀ, ବେଶଭୂଷା, ଜୀବନ ଜୀବିକା ଓ ସଂଘର୍ଷକୁ ଚିତ୍ରଶିଳ୍ପୀମାନେ ସେମାନଙ୍କ ତୁଳୀରେ ଜୀବନ୍ତ ରୂପ ଦେଉଛନ୍ତି। ଦର୍ଶକମାନଙ୍କ ପାଇଁ ଆର୍ଟ ଗ୍ୟାଲେରୀ ରହିଛି। ଏଥିରେ ସମସ୍ତେ ବୁଲି ଦେଖିବା ସହ ଆଦିବାସୀ, ସଂସ୍କୃତିର ଅନୁଭୂତିକୁ ବେଶ ପାଖରୁ ଅନୁଭବ କରୁଛନ୍ତି। ଲଳିତ କଳା ଏକାଡେମୀର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ, ବଲାଙ୍ଗିର ଆର୍ଟ ରିସୋର୍ସ ସେଣ୍ଟରର ସରୋଜ ମହାପାତ୍ର, ଶରତ ଚନ୍ଦ୍ର ସାମଲ, ବିକାଶ ପ୍ରଧାନ, ତ୍ରିଲୋଚନ ବରାଡ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories