www.samajalive.in
Saturday, December 6, 2025
26.1 C
Bhubaneswar

ଜଳ ଯୋଗାଣ ବନ୍ଦ, ସରପଞ୍ଚଙ୍କୁ ଘେରିଲେ ମହିଳା

ଆଗଲପୁର : ଆଗଲପୁର ବସ୍ତିକୁ ୮ ଦିନ ହେବ ଜଳଯୋଗାଣ ବନ୍ଦ ଥିବାରୁ ମହିଳାମାନେ ସରପଞ୍ଚଙ୍କୁ ଘେରିଛନ୍ତି।  ଆଗଲପୁରକୁ ୯୦ ଦଶକରେ ବଗଝୁଲା ଓ ଗୁଡିମୁଣ୍ଡା ନିକଟରେ ଥିବା ଉତ୍ତାଲି ନାଳରୁ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ହେବା ସହିତ ଜଳସ୍ତର କମିଯିବାରୁ ପ୍ରଶାସନର ଉଦ୍ୟମକ୍ରମେ ବର୍ତ୍ତମାନ ୩ଟି ସ୍ଥାନରୁ ଜଳ ଯୋଗାଣ ହେଉଛି। କିନ୍ତୁ ଉତ୍ତାଲି ନାଳଠାରୁ ଜଳ ଯୋଗାଣ ହେଉଥିବା ପ୍ରକଳ୍ପଠାରୁ ଦିର୍ଘ ୮ ଦିନହେବ ଜଳ ଯୋଗାଣ ବନ୍ଦରହିଛି। ମହିଳାମାନଙ୍କ ସୂଚନା ଅନୁସାରେ, ଉତ୍ତାଲି ନାଳରେ ଯେଉଁ ମଟର ବସାଯାଇ ଆଗଲପୁରକୁ ଜଳଯାଗଣା ହେଉଛି। ସେ ମଟରରୁ ସେହିଠାରେ ହାରାହରି ୮ରୁ ୧୦ ଏକର ପରିବା ଚାଷ ହୋଇଆସୁଛି। ବସ୍ତିକୁ ପାଣି ଯୋଗାଣ ବଦଳରେ ସେଠାରେ ପରିବା ଚାଷକୁ ଜଳ ଯୋଗାଣ ହେଉଥିବାରୁ ଆଗଲପୁରକୁ ଜଳ ଯୋଗାଣ ହୋଇପାରୁ ନାହିଁ। ଏହି କାରଣ ଦର୍ଶାଇ ଗୁରୁବାର ଆଗଲପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ରାସ୍ତାରୋକ କରିବା ସହିତ ସରପଞ୍ଚ ପୂର୍ଣ୍ଣିମା ସେଠଙ୍କୁ ଘେରି ଯାଇଥିଲେ। ମହିଳାମାନେ କାହିଁକି ପାଣି ଯୋଗାଣ ହେଉ ନଥିବା ବିଷୟରେ କହିବାରୁ ୨ ଦିନ ଭିତରେ ସମାଧାନ ହେବ ବୋଲି ସରପଞ୍ଚ ଶ୍ରୀମତୀ ସେଠ କହିଥିଲେ। ଫଳରେ ମହିଳାମାନେ ରାସ୍ତାରୋକ ପ୍ରତ୍ୟାହାର କରିବା ସହିତ ସରପଞ୍ଚଙ୍କୁ ଛାଡିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଯେ, ଉତ୍ତାଲି ନାଳ ଠାରେ ପରିବା ଚାଷକୁ କେଉଁ ସ୍ଥାନରୁ ପାଣି ଯୋଗାଣ ହୋଇ ଚାଷ କରାଯାଉଛି ଏହାର ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories