ହନୁମାନ ଚାଳିଶା ବିବାଦ: ଜେଲ ଗଲେ ରାଣା ଦମ୍ପତି

ନୂଆଦିଲ୍ଲୀ: ମୁମ୍ବାଇରେ ହନୁମାନ ଚାଳିଶା ପାଠକୁ ନେଇ ବିବାଦ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନର ଖବର ଅନୁସାରେ ଅମରାବତୀର ସାଂସଦ ନବନୀତ ରାଣା ଓ ବିଧାୟକ ସ୍ୱାମୀ ରବିରାଣା ଜେଲ ଯାଇଛନ୍ତି । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ରାଣା ଦମ୍ପତି ଯାଇଥିବା ବେଳେ ମେ ୬ ତାରିଖ ଯାଏ ଉଭୟ ସେଠାରେ ରହିବେ । ଆସନ୍ତା ଏପ୍ରିଲ ୨୯ରେ ଉଭୟଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରାଯିବ । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଣା ଦମ୍ପତିଙ୍କ ବିରୋଧରେ ଧାରା ୩୫୩ ଅଧାରରେ ଏକ ମାମଲା ରୁଜୁ କରିଛି ପୁଲିସ । ଯେଉଁଥିରେ କି ଉଭୟ ସ୍ୱାମୀ ଓ ସ୍ତ୍ରୀ କିଛି ସରକାରୀ କର୍ମଚାରୀଙ୍କୁ ନିଜର କାର୍ଯ୍ୟ ପାଇଁ ଅପରାଧୀକ କାର୍ଯ୍ୟ କରିବାକୁ କହୁଥିବା ଅଭିଯୋଗ ହୋଇଛି ।

kalyan agarbati

Comments are closed.