www.samajalive.in
Saturday, December 6, 2025
26.1 C
Bhubaneswar

ମାହାଙ୍ଗା ଡବଲ ମର୍ଡର ଘଟଣା – ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଡେସ୍କ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ଆଜି ରାୟ ଶୁଣାଇଛନ୍ତି। ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ବେଳେ ଅରବିନ୍ଦ ଖଟୁଆଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରୁ ଖଲାସ କରାଯାଇଛି। ମାହାଙ୍ଗାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏହି ଡବଲ ମର୍ଡର ଘଟଣାରେ ୧୩ ନମ୍ବର ମୁଦାଲା ଥିଲେ।

ସୂଚନାଯୋଗ୍ୟ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ପ୍ରଥମରୁ ସାମିଲ କରାଯାଇ ନ ଥିବାରୁ, ମୃତ କୁଳମଣି ସାମଲଙ୍କ ପୁତ୍ର ରମାକାନ୍ତ ସାମଲ ତାଙ୍କ ନାମ ସାମିଲ କରିବା ନେଇ ସାଲେପୁର ଅତିରିକ୍ତ ଜିଲ୍ଲା ଜଜ କୋର୍ଟରେ ମାମଲା ଦାୟର କରିଥିଲେ। ପରେ କୋର୍ଟଙ୍କ ଆଦେଶରେ ପ୍ରତାପ ଜେନାଙ୍କ ନାଁକୁ ସାମିଲ କରାଯାଇଥିଲା। ଅନ୍ୟପକ୍ଷରେ ନାଁ ବାଦ୍‌ ଦେବାକୁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଏହି ଘଟଣାରେ ହାଇକୋର୍ଟରେ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି।

- Advertisement -

 

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories