ଭୁବନେଶ୍ବର : ଉଭୟ ରାଜ୍ୟ ଚାହିଁଲେ ଆପୋସ ବୁଝାମଣା ମାଧ୍ୟମରେ ଜଳ ବିବାଦର ସମାଧାନ ହୋଇପାରିବ ବୋଲି ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି.ଏସ ସିଂହଦେଓ ପ୍ରତିକ୍ରିୟା ରଖି କହିଛନ୍ତି। ଏ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ତାହା ଉପରେ ଅାବଶ୍ୟକ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ସିଂହଦେଓ କହିଥିଲେ ଯେ, ଛତିଶଗଡ଼ରୁ ପାଣି ଆସୁଛି ଓ ଓଡ଼ିଶା ମଧ୍ୟରେ ପ୍ରବାହିତ ହେଉଛି। ଉଭୟଙ୍କର ପାଣି ଉପରେ ଅଧିକାର ଅଛି। ଆପୋସ ଆଲୋଚନା ମାଧ୍ୟମରେ ସବୁକିଛି ସମ୍ଭବ। ଉଭୟଙ୍କୁ ବେଳେବେଳେ ଏକାଠି ହେବାରେ ଅସୁବିଧା ହେଉଛି, ଯେଉଁଥିପାଇଁ ନ୍ୟାୟାଧିକରଣରେ ମାମଲା ରହିଛି। ବିଭିନ୍ନ ରାଜନୈତିକ ଦଳ ରହିଛନ୍ତି। ଖୋଲା ମନରେ ରାଜ୍ୟର ସ୍ବାର୍ଥଦୃଷ୍ଟିରୁ ଉଭୟ ରାଜ୍ୟର ଅଧିକାରୀମାନେ ଆଲୋଚନା କଲେ ସମାଧାନର ସୂତ୍ର ବାହାରି ପାରିବ ବୋଲି ସେ କହିଥିଲେ।
Popular Categories



