ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବ କାଳୀପୂଜା। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ମହାଶକ୍ତି ମହାକାଳୀ। ଏଥିପାଇଁ ଦେବୀ ପୀଠ ସମେତ ସବୁ ମଣ୍ଡପରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରଦ୍ଧାଳୁମାନେ ମଧ୍ୟରାତ୍ରୀରେ ଶ୍ୟାମାକାଳୀଙ୍କୁ ଆବାହନ କରିବେ। ମହାଶକ୍ତିଙ୍କ ପୂଜା ପାଇଁ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ସବୁ ପୂଜା ମଣ୍ଡପ। ଭୁବନେଶ୍ବରରେ ସତ୍ୟନଗର, ବରମୁଣ୍ଡା ଓ ୟୁନିଟ ୬ କାଳୀମନ୍ଦିରୋର ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପାଇଁ ଆୟୋଜନ କରାଯାଇଛି।
ମହାଶକ୍ତୀ ମହାକାଳୀଙ୍କ ପୂଜାର୍ଚ୍ଚନା ପାଇଁ କଟକ ସହର ଚଳଚଞ୍ଚଳ ହୋଇଛି। ସେହିପରି ସମ୍ବଲପୁର, ବାଲେଶ୍ବର, ବ୍ରହ୍ମପୁର ଆଦି ସହରରେ କାଳୀପୂଜା ପାରମ୍ପରିକ ରୀତିନୀତିରେ କରାଯାଉଛି।
ଆଜି ଧରାବତରଣ କରିବେ ମହାଶକ୍ତି ମହାକାଳୀ
Popular Categories



