www.samajalive.in
Monday, December 8, 2025
14.1 C
Bhubaneswar

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ : ୧୦୦୭ ଜଣ କୋଟିପତି ପ୍ରାର୍ଥୀ, ୯୧୬ଙ୍କ ନାମରେ ଅପରାଧିକ ମାମଲା

ମୁମ୍ବଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇ ଉଠିଛି । ଶନିବାର ପ୍ରଚାର ଶେଷ ହେବ ଏବଂ ସୋମବାର ମତଦାନ ଅନୁଷ୍ଠିତ ହେବ । ମହାରାଷ୍ଟ୍ର ଇଲେକସନ ୱାଚ ଏବଂ ଏଡିଆର ପକ୍ଷରୁ ଜାରି ରିପୋର୍ଟରେ ୧୦୦୭ ଜଣ କୋଟିପତି ପ୍ରାର୍ଥୀ ଓ ୯୧୬ଙ୍କ ନାମରେ ଅପରାଧିକ ମାମଲା ଥିବା ଜଣାପଡିଛି।

ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ମୋଟ ୩୨୩୭ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ମହାରାଷ୍ଟ୍ର ଇଲେକସନ ୱାଚ ଏବଂ ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମସ୍(ଏଡିଆର) ପକ୍ଷରୁ ୩୧୧୨ ପ୍ରାର୍ଥୀଙ୍କ ସତ୍ୟପାଠକୁ ବିଶ୍ଳେଷଣ କରି ଏକ ରିପୋର୍ଟ ଜାରି କରିଛି । ଅନ୍ୟ ୧୨୫ ପ୍ରାର୍ଥୀଙ୍କ ସଂପର୍କରେ ସତ୍ୟପାଠରୁ ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ।

- Advertisement -

ତେବେ  ୩୧୧୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦୭ ଜଣ ଅର୍ଥାତ ୩୨ ପ୍ରତିଶତ ହେଉଛନ୍ତି କୋଟିପତି ପ୍ରାର୍ଥୀ । ଏହି ରିପୋର୍ଟ ଅନୁସାରେ ୨୯ ପ୍ରତିଶତ ଅର୍ଥାତ ୯୧୬ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି, ଯେଉଁଥିରୁ ୬୦୦ ପ୍ରାର୍ଥୀଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲା ଚାଲିଛି । ୪ ଜଣ ପ୍ରାର୍ଥୀଙ୍କ ନାମରେ ଦୁଷ୍କର୍ମ ଏବଂ ୬୭ ପ୍ରାର୍ଥୀଙ୍କ ନାମରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ମାମଲା ରହିଛି।

ତେବେ ୨୦୧୪ ରିପୋର୍ଟ ଅନୁସାରେ ୧୦୯୫ ଜଣ​‌  ଅର୍ଥାତ ୪୭ ପ୍ରତିଶତ ହେଉଛନ୍ତି କୋଟିପତି ପ୍ରାର୍ଥୀ ଥିଲେ। ସେହିପରି ଚଳିତ ଥର ପ୍ରାର୍ଥୀଙ୍କ ସମ୍ପତ୍ତି ପ୍ରତିଶତ ହେଉଛି ୪.୨୧ କୋଟି, ଯାହା ଗତଥର ୪.୬୫ କୋଟି ଟଙ୍କା ଥିଲା।

 

       ଦଳ ପ୍ରାର୍ଥୀ ଅପରାଧିକ ମାମଲା  କେତେଜଣ  କୋଟିପତି ​‌  ସମ୍ପତ୍ତି ପ୍ରତିଶତ
     ବିଜେପି ୧୬୨ ୯୬(୫୯%) ୧୧୫ (96%) ୨୩.୫୮ କୋଟି
    ଶିବସେନା ୧୨୪ ୭୫ (୬୧%) ୧୧୬ (94%) ୧୨.୫୭ କୋଟି
     କଂଗ୍ରେସ ୧୪୭ ୮୩ (୫୭%) ୧୨୬ (86%) ୧୪.୭୮ କୋଟି
     ଏନସିପି ୧୧୬ ୭୩ (୬୩%) ୧୦୧ (87%) ୧୧.୪୩ କୋଟି
  ମନସେ ୯୯ ୪୯ (୫୦%) ୫୨ (53%) .୨୯ କୋଟି
ମହାରାଷ୍ଟ୍ର ନବ ନିର୍ମାଣ ସେନା –  ମନସେ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories