www.samajalive.in
Friday, December 5, 2025
27.1 C
Bhubaneswar

ଅହମ୍ମଦାବାଦ ବିମାନ ଦୁର୍ଘଟଣା ; ‘ତୁମେ ଚାଲ, ମୁଁ ଆସୁଛି’ ଏହା ଥିଲା ଡାକ୍ତରୀ ଛାତ୍ରଙ୍କ ଶେଷ ଶବ୍ଦ..

ନୂଆଦିଲ୍ଲୀ : ଗୁଜରାଟର ଅହମଦାବାଦରେ ଗତ ଗୁରୁବାର ହୋଇଥିବା ବିମାନ ଦୁର୍ଘଟଣା ପରେ ଅନେକ ପରିବାର ଛାରଖାର ହୋଇଯାଇଛି । ଅନେକ ମୂଲ୍ୟବାନ୍‌ ଜୀବନ ଚାଲି ଯାଇଛି। ବିମାନଟି ଡାକ୍ତରୀ ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲ୍‌ରେ ମାଡ ହୋଇଥିବାରୁ ହଷ୍ଟେଲରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଡାକ୍ତରୀ ଛାତ୍ର ଆର୍ଯ୍ୟନ୍‌ ରାଜପୁତଙ୍କ ଜୀବନ ଚାଲି ଯାଇଛି । ଆର୍ଯ୍ୟନ୍‌ ମଧ୍ୟାହ୍ନ ଭୋଜନ ପରେ ହାତ ଧୋଇବା ସମୟରେ ଏହି ଅଘଟଣ ଘଟିଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଆର୍ଯ୍ୟନ୍‌ଙ୍କ ବନ୍ଧୁଙ୍କ ଜୀବନ ବଞ୍ଚି ଯାଇଛି । ସେ ଖାଦ୍ୟ ଖାଇବା ପରେ ହଷ୍ଟେଲରୁ ବାହାରକୁ ଆସିଥିବାରୁ ଏଥିରୁ ବର୍ତ୍ତି ଯାଇଛନ୍ତି। ଉଭୟ ହଷ୍ଟେଲ୍‌ରୁ ବାହାରକୁ ଯାଇଥାନ୍ତେ, ମାତ୍ର ଆର୍ଯ୍ୟନ୍‌ ନିଜ ଫୋନ୍‌ ବନ୍ଧୁଙ୍କୁ ଦେଇ କହିଲେ ତୁମେ ଚାଲ, ମୁଁ ଯାଉଛି । ଆର୍ଯ୍ୟନ୍‌ ହାତ ଧୋଇବା ସମୟ ହିଁ ବିମାନ ହଷ୍ଟେଲରେ ମାଡ ହୋଇଥିଲା । ସେହି ସମୟରେ ସବୁକିଛି ଧ୍ୱଂସ ହୋଇଯାଇଥିଲା । ସେହି ବନ୍ଧୁୁ ଜଣକ ଆର୍ଯ୍ୟନ୍‌ଙ୍କ ଫୋନ୍‌ ଉଠାଇ ତାଙ୍କ ଘର ଲୋକଙ୍କୁ ଏହି ଦୁଃଖଦ ଖବର ଜଣାଇଥିଲେ। ଆର୍ଯ୍ୟନ୍‌ଙ୍କୁ ତୁରନ୍ତ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ମଧ୍ୟ ତୁରନ୍ତ ପହଞ୍ଚିଥିଲେ ।

ଜୁନ୍‌ ୨୬ରେ ମହାସଂଯୋଗ ; ଏମାନଙ୍କ ପାଇଁ ବରଦାନରୁ ହେବନି କମ୍‌, ହେବେ ଧନୀ, ହେବ ବିବାହ, ମିଳିବ ସଫଳତା

- Advertisement -

ଆର୍ଯ୍ୟନ୍‌ ରାଜପୁତ ମଧ୍ୟପ୍ରଦେଶର ଜିକସୋଲି ଗାଁର ବାସିନ୍ଦା ଥିଲେ। ସେ ଏମବିବିଏସ୍ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ବିମାନ ଦୁର୍ଘଟଣା ପୂର୍ବରୁ ସେ ତାଙ୍କ ବନ୍ଧୁଙ୍କ ସହ ମେସ୍‌ରେ ଉପସ୍ଥିତ ଥିଲେ। ତାଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣା ପରେ ଆର୍ଯ୍ୟନ୍‌ଙ୍କ ବନ୍ଧୁ ତାଙ୍କ ଘରକୁ ଫୋନ୍ କରି ସବୁକିଛି କହିଥିଲେ। ଯେତେବେଳେ ଆର୍ଯ୍ୟନ୍‌ଙ୍କ ସମ୍ପର୍କୀୟ ଭାଇ ତାଙ୍କ ବନ୍ଧୁଙ୍କଠାରୁ ଫୋନ୍ ପାଇଲେ, ସମସ୍ତଙ୍କ ଦୁନିଆ ମୁହୂର୍ତ୍ତକରେ ବଦଳିଗଲା। ତାଙ୍କ କହିବାନୁସାରେ, ଆର୍ଯ୍ୟନ୍‌ ପାଠପଢ଼ାରେ ବହୁତ ବୁଦ୍ଧିମାନ ଥିଲେ। ସେ ୭୨୦ ନମ୍ବରରୁ ୭୦୦ ନମ୍ବର ରଖି କୌଣସି କୋଚିଂ ବିନା ଆଡମିସନ୍ ନେଇଥିଲେ।

ମୃତକଙ୍କ ବାପା ରାମହେତ ରାଜପୁତଙ୍କ ଅନୁଯାୟୀ, ସେ ଚାହୁଁଥିଲେ ଯେ ତାଙ୍କ ପୁଅ ଡାକ୍ତର ହୁଅନ୍ତୁ। ଯେତେବେଳେ ତାଙ୍କ ବଡ଼ ପୁଅ ସିଭିଲ୍ ସର୍ଭିସେସ୍ ପାଇଁ ପ୍ରସ୍ତୁତି କରୁଥିଲେ। ଜଣେ ପିତା ଏବଂ ଜଣେ ଚାଷୀ ହୋଇଥିବାରୁ ସେ କଠିନ ପରିଶ୍ରମ କରନ୍ତି, ଯେପରି ନିଜ ପିଲାଙ୍କୁ ଉତ୍ତମ ଶିକ୍ଷା ଦେଇ ପାରିବେ । ଯାହା ଦ୍ୱାରା ତାଙ୍କ ପିଲାମାନଙ୍କର ଜୀବନ ଉନ୍ନତ ହୋଇପାରିବ।

ପୁଣି ବଢିଲା ସୁନା, ଭାଙ୍ଗୁଛି ରେକର୍ଡ ପରେ ରେକର୍ଡ, ଜାଣନ୍ତୁ କେତେ

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories