www.samajalive.in
Tuesday, December 9, 2025
16.1 C
Bhubaneswar

ମଧୁବାବୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀରେ ସତ୍ୟବାଦୀ ଆଇନଜୀବୀ ସଂଘ ତରଫରୁ ରବିବାର ଉତ୍କଳଗୌରବ ମଧୁସୂଦନ ଜୟନ୍ତୀ ଓ ଆଇନଜୀବୀ ଦିବସ ଅଶ୍ୱିନୀ ହସପିଟାଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆଇନିଜୀବୀ ପରିଷଦ ସଭ୍ୟ ବିବୁଧେନ୍ଦ୍ର ମିଶ୍ର ମୁଖ୍ୟଅତିଥି ମଧୁବାବୁଙ୍କ ଫଟୋ ଚିତ୍ରରେ ଅତିଥିମାନଙ୍କ ଦ୍ବାରା ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ସ୍ମୃତିଚାରଣ ସଭାରେ ଅତିଥିମାନେ କୁଳବୃଦ୍ଧ ମଧୁସୂଦନଙ୍କ ଜୀବନବ୍ୟାପୀ ସାଲିସ ବିହୀନ ସଂଗ୍ରାମ ସଂପର୍କରେ ମତବ୍ୟକ୍ତ କରିଥିଲେ। ସଭା ଆରମ୍ଭରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏହାବ୍ୟତୀତ ଶ୍ୟାମସୁନ୍ଦର ହୋତା ମୁଖ୍ୟବକ୍ତା ଓ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଆଇନଜୀବୀ ପୁଷ୍କର ମହାପାତ୍ର ବିଜୟ କୁମାର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆଇନଜୀବୀ ସଂଘ ସଭାପତି ପ୍ରଶାନ୍ତ କୁମାର ନନ୍ଦ ସଭାରେ ଅଧ୍ୟକ୍ଷତା କରିଥିଲେ । ତିନିଜଣ ବରିଷ୍ଠ ଆଇନଜୀବୀଙ୍କୁ ଅନୁଷ୍ଠାନ ତରଫରୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories