‘ହିନ୍ଦୁସ୍ତାନ ଜିନ୍ଦାବାଦ ଥା……… ରହେଗା’ : ମୋଦୀ

ନୂଆଦିଲ୍ଲୀ : ଲୋକପ୍ରିୟ ବଲିଉଡ ଅଭିନେତା ତଥା ବିଜେପି ନେତା ସନି ଦେଓଲ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏ ନେଇ ଟୁଇଟ କରି ଜଣାଇଛନ୍ତି। ସନି ଦେଓଲଙ୍କ ବିନମ୍ରତା ଭାବ ଓ ଏକ ଉନ୍ନତ ଭାରତ ଗଠନ ପାଇଁ ତାଙ୍କ ଚିନ୍ତାଧାରା ମତେ ଭଲ ଲାଗେ ବୋଲି ମୋଦୀ ଲେଖିଛନ୍ତି। ଏହି ଟୁଇଟରେ ପ୍ରଧାନମନ୍ତ୍ରୀ ସନିଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ଗଦର-ଏକ ପ୍ରେମ କଥା’ର ସଂଳାପ ଉଲ୍ଲେଖ କରିଛନ୍ତି। ‘ଆମେ ଦୁହେଁ ଗୋଟିଏ କଥାରେ ସହମତ, ତାହା ହେଉଛି- ହିନ୍ଦୁସ୍ତାନ ଜିନ୍ଦାବାଦ ଥା, ଜିନ୍ଦାବାଦ ହୈ ଅର ଜିନ୍ଦାବାଦ ରହୈଗା’।
ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବରୁ ସନି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ବିଜେପି ଟିକେଟ ଦିଆଯାଇଛି।

Comments are closed.