www.samajalive.in
Monday, December 8, 2025
24.1 C
Bhubaneswar

ନିଶା ମୁକ୍ତ ଓଡିଶା ପାଇଁ ସମାଜସେବୀ ଋତୁପର୍ଣ୍ଣାଙ୍କର ପଦଯାତ୍ରା

କଟକ .-  ଦେଶ ଗାନ୍ଧୀଜୀଙ୍କର ୧୫୦ତମ ଜୟନ୍ତୀ ପାଳନ କରିବାକୁ ଯ।ଉଛି । ଗାନ୍ଧୀଜୀଙ୍କର ସ୍ୱପ୍ନ ଥିଲା ନିଶା ମୁକ୍ତ ସମାଜ । ମାତ୍ର ତାହା ଆଜି ପର୍ଯ୍ୟନ୍ତ ସଫଳ ହୋଇ ପାରି ନାହିଁ । ଓଡିଶାକୁ ସମ୍ପୂର୍ଣ୍ଣ ନିଶା ମୁକ୍ତ କରିବା ପାଇଁ  ମାଆ ଘର ଫାଉଣ୍ଡେସନ୍‌ ପକ୍ଷରୁ ଦାବି କରାଯାଇଛି ।  ରାଜ୍ୟର ଯୁବ ବର୍ଗ ଏଥିପାଇଁ ପଥ ଭ୍ରଷ୍ଟ ହେବା ସହ ସେମାନଙ୍କର ଭବିଷ୍ୟତ ନଷ୍ଟ ହେଉଥିବା କଥା ମାଆ ଘର ଫାଉଣ୍ଡେସନର ମୁଖ୍ୟ ତଥା ସମାଜସେବୀ ଋତୁପର୍ଣ୍ଣା ମହାନ୍ତି କହିଛନ୍ତି । ମଦ ମୁକ୍ତ ଓଡିଶା ପାଇଁ ଆହ୍ୱାନ ଦେଇ ସେ ବାଲେଶ୍ୱରଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯ।ତ୍ରାରେ ବାହାରିଛନ୍ତି। ତାଙ୍କ ସହ ଅନେକ ମହିଳା ଓ ସ୍ୱେଚ୍ଛାସେବୀ ସ୍ୱେଚ୍ଛାକୃତ ଭାବେ ପଦଯାତ୍ରାରେ ସାମିଲ ହୋଇଛନ୍ତି । ସମସ୍ତ ସ୍ଥାନରେ ନିଶାମୁକ୍ତ ସମାଜ ପାଇଁ ଋତୁପର୍ଣ୍ଣା ସଚେତନତା ବାର୍ତ୍ତା ଦେବା ସହ ନିଶା ମୁକ୍ତ ଓଡିଶା ପାଇଁ ଆହ୍ୱାନ ଦେଇଛନ୍ତି ।  ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ପଦଯାତ୍ରା ଅନୁଷ୍ଠିତ ହୋଇ ସାରିଛି । ମା ଘର ପକ୍ଷରୁ ଆୟୋଜିତ ପଦଯାତ୍ରା ସହ ମଦମୁକ୍ତ ଓଡିଶା ପାଇଁ ଅନେକ ସଂଙ୍ଗଠନ ଓ ସାଧାରଣ ଜନତା ସମର୍ଥନ ପ୍ରଦାନ କରିଛନ୍ତି । ଭଦ୍ରକରେ ମାରଓ୍ୱାଡି ଯୁବ ମଞ୍ଚ ଓ ଗାନ୍ଧୀ ବିଚାରମଞ୍ଚ ପକ୍ଷରୁ ପଦଯାତ୍ରାକୁ ସ୍ୱାଗତ କରାଯାଇଥିଲା ।

ରାଜ୍ୟରେ ସମସ୍ତ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସମ୍ଭବ ହୋଇ ନଥିବା ବେଳେ ଗାଁ ଗଣ୍ଡା ସହର ସବୁସ୍ଥାନରେ ମଦ ଦୋକାନ ଖୋଲିବାରେ ଲାଗିଛି । ଏହା ରାଜ୍ୟ ସରକାରଙ୍କୁ ଟିକସ ଆୟର ମାଧ୍ୟମ ହୋଇଥାଇ ପାରେ , ମାତ୍ର ଏଥିଯୋଗୁଁ  ରାଜ୍ୟବାସୀଙ୍କର କ୍ଷତି ହେଉଛି  ବୋଲି ଅନେକ ମତ ପ୍ରକାଶ କରିଛନ୍ତି ।

- Advertisement -

୧୯୫୬ ମସିହାରେ  ଓଡିଶା ନିଶା ନିବାରଣ ଆଇନ ପାରିତ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଦେଶ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରିବାକୁ ଯାଉଛି । ମାତ୍ର ତାଙ୍କର ନିଶା ନିବାରଣ ମନ୍ତ୍ର ଆଜି ଯାଏଁ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଏହି ପବିତ୍ର ଅବସରରେ ଓଡିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବ ପାଇଁ  ମାଆ ଘର ଫାଉଣ୍ଡେସନ ର ମୁଖ୍ୟ ଓ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି ଦାବି କରିଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories