www.samajalive.in
Tuesday, December 9, 2025
16.1 C
Bhubaneswar

ପରିବାରକୁ ଯୋଡିଲା ‘ମା ଘର’

କୋରାପୁଟ : କୋରାପୁଟ ଜିଲ୍ଲାର ମାଥାଳପୁଟ ଗ୍ରାମର ମଳିସାହିର ଜଣେ ପୀଡିତ ମହିଳା ମାଣିକ କଣ୍ଡରିଆ ତାଙ୍କ ସ୍ୱାମୀ ସହଦେଵ କଣ୍ଡରିଆ ଅନ୍ୟଏକ ମହିଳା ସହ ସମ୍ପର୍କ ରଖି ତାଙ୍କୁ ଏବଂ ତାଙ୍କ ପିଲାମାନଙ୍କୁ ପଚାରୁ ନଥିବା ‘ମା ଘର’ ସଙ୍ଗଠନକୁ ଅଭିଯୋଗ କରିବା ସହ ତାଙ୍କ ସ୍ୱାମୀଙ୍କୁ ଫେରେଇ ଆଣି ତାଙ୍କ ପରିବାରକୁ ଏକାଠି କରିବା ପାଇଁ ଅନୁରୋଧ କରିଥିଲେ। ‘ମା ଘର’ ତରଫରୁ ପ୍ରଭାତୀ ରାଉତ ଓ ଭାରତୀ ମିଶ୍ର ଦୁଇ ପକ୍ଷକୁ ଡାକି ଆଲୋଚନା କଲାପରେ ସହଦେଵ କଣ୍ଡରିଆ ତାଙ୍କ ସ୍ତ୍ରୀ ଓ ପିଲାଙ୍କ ସହ ଏକାଠି ରହିବେ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ। ଅନୈତିକ ସମ୍ପର୍କରେ ଥିବା ମହିଳା ମଧ୍ୟ ଏମାନଙ୍କ ପରିବାରରେ ଆଉ ହସ୍ତକ୍ଷେପ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏ ପ୍ରକାର ନିଷ୍ପତ୍ତି ପରେ ତାଙ୍କ ମାଳି ସମାଜର ମୁଖିଆ ଦଶରଥ ମାଳିଙ୍କ ସମେତ ଅନ୍ୟ କେତେକ ଗ୍ରାମବାସୀ ଏହି ଦମ୍ପତି ଏକାଠି ରହିବାକୁ ହେଲେ ଗ୍ରାମବାସୀଙ୍କୁ ୨୦ହଜାର ଟଙ୍କା ଜୋରିମାନା ବାବଦରେ ଦେବାପାଇଁ ଦାବୀ କରିଥିଲେ। ତାହା ନ କଲେ ମାଣିକ କଣ୍ଡରିଆ ଓ ପିଲା ତାଙ୍କ ସ୍ୱାମୀଙ୍କ ସହ ଏକାଠି ରହିପାରିବ ନାହିଁ ବୋଲି ଚରମବାଣୀ ଶୁଣାଇଥିଲେ। ପରେ ଏହି ଗରିବ ଦମ୍ପତି ଜମି ବନ୍ଧା ପକେଇ କୋଡିଏ ହଜାର ଟଙ୍କା ଦାବୀ ମୁତାବକ ଦେବାପାଇଁ ପ୍ରସ୍ତୁତ ହେଲାବେଳେ ମାଳି ସମାଜ ଆହୁରି ଅଧିକ ଦଶ ହଜାର ଟଙ୍କା ସମୁଦାୟ ତିରିଶି ହଜାର ଟଙ୍କା ଦାବି କରୁଛନ୍ତି। ଯାହା ଏହି ଗରିବ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ। ସେଥିପାଇଁ ସେମାନେ ପୁଣି ଥରେ ‘ମା ଘର’ ପାଖରେ ଆବେଦନ କରିବାରୁ ‘ମା ଘର’ ଉକ୍ତ ବେନିୟମ ଟଙ୍କା କାର୍ବାରକୁ ନିନ୍ଦା କରିବା ସହ ସମାଜକୁ ସଚେତନ କରେଇବା ପାଇଁ ନିଷ୍ପତ୍ତି ନେଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories