www.samajalive.in
Friday, December 5, 2025
23.1 C
Bhubaneswar

ରନ୍ଧନ ଗ୍ୟାସ ବଣ୍ଟନ ନେଟୱାର୍କର ବିସ୍ତାର ପାଇଁ ନିଆଯାଉଛି ପଦକ୍ଷେପ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ସାରା ଦେଶରେ ଜୁଲାଇ ପହିଲା ସୁଦ୍ଧା ୨୦,୫୮୫ ଏଲପିଜି ବିତରଣକାରୀ ରହିଛନ୍ତି। ଏହି ନେଟୱାର୍କକୁ ବିସ୍ତାର କରିବା ଲାଗି ଏବେ ଉଦ୍ୟମ ହେଉଛି। ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀମାନେ ଆଉ ୬,୩୫୧ବିତରକ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇଛନ୍ତି। ୨୦୧୬ ମସିହାର ଏଲପିଜି ବିତରକ ମନୋନୟନ ସଂକ୍ରାନ୍ତ ଏକୀକୃତ ନିର୍ଦ୍ଦେଶାବଳୀ ଅନୁସାରେ ଏହି ନିଯୁକ୍ତି ପ୍ରଦାନ କରାଯିବ।
ସୋମବାର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶୀତା ପ୍ରଦର୍ଶନ ଲାଗି ଦରଖାସ୍ତ ଆହ୍ୱାନଠାରୁ ଚୁଡାନ୍ତ ମନୋନୟନ ଓ ନିଯୁକ୍ତି ପର୍ଯନ୍ତ ସମସ୍ତ ପ୍ରକ୍ରିୟା ଅନ୍‍ଲାଇନ୍‍ ଯୋଗେ କରାଯାଉଛି। ଇସ୍ପାତ ମନ୍ତ୍ରଣାଳୟ ଅଧିନରେ ପରିଚାଳିତ ମେସର୍ସ ମେଟାଲ ସ୍କ୍ରାବ ଟ୍ରେଡ କର୍ପୋରେସନ ଲିମିଟେଡ, ଏନଆଇସି ସହାୟତାରେ ଏହି ଅନ୍‍ଲାଇନ୍‍ ପ୍ରକ୍ରିୟା ପରିଚାଳନା କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories