www.samajalive.in
Friday, December 5, 2025
23.1 C
Bhubaneswar

୧୨ବର୍ଷରୁ କମ୍‍ ନାବାଳିକାଙ୍କୁ ବଳାତ୍କାର କଲେ ମୃତ୍ୟୁଦଣ୍ଡ, ବିଲ୍‍ ଲୋକସଭାରେ ଗୃହୀତ

ନୂଆଦିଲ୍ଲୀ : ୧୨ବର୍ଷରୁ କମ୍‍ ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଏକ ବିଧେୟକ ଲୋକସଭାରେ ଗୃହୀତ ହୋଇଛି। ଏହି ଅପରାଧିକ ଆଇନ (ସଂଶୋଧନ) ବିଧେୟକ ଚଳିତ ବର୍ଷ ଅପ୍ରେଲ ୨୧ରେ ଅଣାଯାଇଥିବା ଅଧ୍ୟାଦେଶ ବଦଳରେ ଲାଗୁ ହେବ। ଏହି ବିଧେୟକ ରାଜ୍ୟ ସଭାରେ ଗୃହୀତ ହେବାକୁ ବାକି ରହିଛି। ଏପରି ବିଧେୟକ କେତେକ ରାଜ୍ୟ ବିଧାନସଭାରେ ପୂର୍ବରୁ ପାରିତ ହୋଇସାରିଛି। ଜାମ୍ମୁ କାଶ୍ମୀର କଠୁଆରେ ଜଣେ ନାବାଳିକାକୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦେଶ ବ୍ୟାପୀ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ ପରେ ସରକାର ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କୁ ଫାଶୀଦଣ୍ଡ ଦେବାକୁ ଅଧ୍ୟାଦେଶ ଆଣିଥିଲେ। ଅପ୍ରେଲ ୨୨ରେ ଏହି ଅଧ୍ୟାଦେଶ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା। ଲୋକସଭାରେ ସୋମବାର ଏହି ବିଧେୟକ ଆଗତ ହେବା ପରେ ଅନେକ ରାଜନୈତିକ ଦଳ ଏହାର ସମର୍ଥନ କରିଥିଲେ। କେତେକ ବିରୋଧୀ ଦଳର ସାଂସଦ ଅଧ୍ୟାଦେଶ ମାଧ୍ୟମରେ ଆଇନ୍‍ ଲାଗୁକୁ ବିରୋଧ କରିଥିଲେ। ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଚର୍ଚ୍ଚା ହେବା ପରେ ଏହାର ଜବାବ ଦେଇ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ କୋମଳମତି ନାବାଳିକାଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି କଠୋର ଆଇନ ଅଣାଯାଇଛି।
ଉଲ୍ଲେଖ ଯେ ଅପ୍ରେଲ ୨୨ରେ ଅଣାଯାଇଥିବା ଅଧ୍ୟାଦେଶ ଅନୁସାରେ ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ, ୧୬ବର୍ଷରୁ କମ୍‍ ନାବାଳିକାଙ୍କ ବଳାତ୍କାର କ୍ଷେତ୍ରରେ ସର୍ବନିମ୍ନ ଜେଲ୍‍ ଦଣ୍ଡକୁ ୨୦ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories