ନୂଆଦିଲ୍ଲୀ : ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ। ହୋଲି ପୂର୍ବରୁ ପୁଣି ଦେଶରେ ବୃଦ୍ଧି ହେଲା ଏଲପିଜି ସିଲିଣ୍ଡର ଦର। ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀରେ ୧୪.୨ କିଲୋ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇ ୧,୧୦୩ ଟଙ୍କା ହୋଇଛି।
ସୂଚନାନୁଯାୟୀ, କମର୍ସିଆଲ (ବାଣିଜ୍ୟ) ଗ୍ୟାସ ସିଲିଣ୍ଡର ଦର ୩୫୦.୫୦ ବୃଦ୍ଧି ହୋଇଥିଲା। ଦିଲ୍ଲୀରେ ଆଜି ଠାରୁ ୧୯ କିଲୋ କମର୍ସିଆଲ ସିଲିଣ୍ଡର ଦାମ୍ ବୃଦ୍ଧି ହୋଇ ୨୧୧୯.୫୦ ଟଙ୍କା ହୋଇଛି। ତେବେ ସାରା ଦେଶରେ ରନ୍ଧନ ଗ୍ୟାସ୍ ଦାମ୍ ୧ହଜାର ଟଙ୍କା ଉପରେ ରହିଥିବା ବେଳେ ସିଲିଣ୍ଡର ଦର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡର ଦର ୧ ହଜାର ୭୯ ଟଙ୍କା ଥିଲା। ବର୍ତ୍ତମାନ ୫୦ ଟଙ୍କା ବୃଦ୍ଧି ପରେ ୧୧ ଶହ ୨୯ ଟଙ୍କା ହୋଇଛି।
ଗତ କିଛି ବର୍ଷ ମଧ୍ୟରେ ଏଲପିଜି ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ପେଟ୍ରୋଲିୟମ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏପ୍ରିଲ ୧, ୨୦୧୭ ରୁ ଜୁଲାଇ ୬, ୨୦୨୨ ମଧ୍ୟରେ ଏଲପିଜି ମୂଲ୍ୟ ୫୮ ଥର ପରିବର୍ତ୍ତନ କରାଯାଇଥିଲା। ଏହି କାରଣରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୫ ପ୍ରତିଶତ ବୃଦ୍ଧି ପାଇଛି। ଏପ୍ରିଲ୍ ୨୦୧୭ ରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ୭୨୩ ଟଙ୍କା ଥିଲା। ଜୁଲାଇ ୨୦୨୨ ସୁଦ୍ଧା ୪୫ ପ୍ରତିଶତ ବୃଦ୍ଧି ହୋଇ ୧,୦୫୩ ହୋଇ ଯାଇଛି।
ହାଣ୍ଡିଶାଳରେ ମହଙ୍ଗାମାଡ ; ପୁଣି ଘରୋଇ ଏଲପିଜି ସିଲିଣ୍ଡର ଦର ବୃଦ୍ଧି
Popular Categories



