www.samajalive.in
Monday, December 8, 2025
13.1 C
Bhubaneswar

ଦୁଇଦିନ କାଳବୈଶାଖୀ, ୩୦ରୁ ଲଘୁଚାପ

ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ପ୍ରଭାବ ଆସନ୍ତା ୨୪ଘଣ୍ଟା ଲାଗିରହିବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏଥିସହିତ ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟରେ ୪୦ରୁ ୫୦କିମି ବେଗରେ ପବନ ବହିବ। କିଛି ସ୍ଥାନରେ ବଜ୍ରପାତର ସମ୍ଭାବନା ରହିଛି। ସେହିପରି ବାଲେଶ୍ବର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ଢ଼େଙ୍କାନାଳ, କେନ୍ଦୁଝର, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲାରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ। ଆସନ୍ତା ୨୯ରୁ ୧ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ବଜ୍ରପାତ ଓ ବର୍ଷାର ସମ୍ଭାବନା ରହିଛି।
ଆସନ୍ତା ୩୦ରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବାର ୪୮ଘଣ୍ଟା ଭିତରେ ଘନୀଭୂତ ହେବା ସହିତ ଏହା ପ୍ରଥମେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଏବଂ ତାପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଆଣ୍ଡାମାନ ଓ ନିକୋବର ଉପକୂଳରେ ପହଞ୍ଚିବ। ତେବେ ଲଘୁଚାପ ଦ୍ବାରା ଓଡ଼ିଶା ବି​‌େଶ‌ଷ ପ୍ରଭାବିତ ହେବ ନାହିଁ କିମ୍ବା ଓଡ଼ିଶା ପାଇଁ କିଛି ସତର୍କ ସୂଚନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ପାଣିପାଗ ବି​ଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଆସନ୍ତା ୨୯ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଏବଂ ୩୦ରେ ଲଘୁଚାପ ସକ୍ରିୟ ହେବ। ଏହା ୧ତାରିଖ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ସାଧାରଣ ଭାବେ ଲଘୁଚାପ ସୃଷ୍ଟି ହେଲେ ଉତ୍ତର ପଶ୍ଚିମରେ ଗତି କରେ । କିନ୍ତୁ ଏହି ଲଘୁଚାପ ଉତ୍ତର ପଶ୍ଚିମରେ ଗତି ନକରି ସିଧା ଆଣ୍ଡାମାନ ସାଗର ଦେଇ ମିଅାଁମାର ଯିବ। ଏହା ଆଣ୍ଡାମାନ ନିକୋବର ପୂର୍ବ ଭାଗରେ ଉତ୍ତରରେ ଗତି କରିବା ସହିତ ଆସନ୍ତା ୫ତାରିଖ ସୁଦ୍ଧା ଦକ୍ଷିଣ ମିଅଁାମାରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ଓଡ଼ିଶା ମୁହଁାଇବା ନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଓଡ଼ିଶାରେ ଏହାର ପ୍ରଭାବରେ ବି‌େଶଷ ବର୍ଷାର ସମ୍ଭାବନା ନାହିଁ। ଆସନ୍ତା ଦୁଇଦିନ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ ଏବଂ ପରବର୍ତ୍ତୀ କାଳରେ କିଛି ଅଞ୍ଚଳରେ କାଁ ଭାଁ ବର୍ଷା ହୋଇପାରେ । ତେବେ ଅଧିକ ବର୍ଷାର ସମ୍ଭାବନା ନାହିଁ। ତେବେ ଆସନ୍ତା ପହିଲାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories