www.samajalive.in
Saturday, December 6, 2025
26.1 C
Bhubaneswar

ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାଇବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଗୃହର ମୁଖ୍ୟ ଦ୍ୱାରରେ ପ୍ରଭୁ ଗଣେଶଙ୍କ ପ୍ରତିମା, ଶୁଭ-ଲାଭ ଓ ସ୍ୱସ୍ତିକ ଚିହ୍ନ ଲଗାଯାଇଥାଏ। ପ୍ରତ୍ୟେକଙ୍କ ଘରର ମୁଖ୍ୟ ଦ୍ୱାର ସଭିଁଙ୍କ ପାଇଁ ବିଶେଷ ଫଳ ପ୍ରଦାନ କରିଥାଏ। କାରଣ ସେହି ସ୍ଥାନ ଦେଇ ହିଁ ଘର ଭିତରକୁ ସକରାତ୍ମକ ଓ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବା ଦ୍ୱାରା ବ୍ୟକ୍ତିଙ୍କ ମାନସିକ ଓ ଶାରିରୀକ ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ସକରାତ୍ମକ ଶକ୍ତି ଦ୍ୱାରା ଘରେ ଶାନ୍ତି ଓ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାଇବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ …..
୧- ଘରେ ସୁଖସମୃଦ୍ଧିର ବାତାବରଣ ସର୍ବଦା ରହିବା ପାଇଁ ସିନ୍ଦୂର ରଙ୍ଗର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ।
୨- ଘରର ମୁଖ୍ୟ ଦ୍ୱାରରେ ପ୍ରଭୁଙ୍କ ଏହି ମୂର୍ତ୍ତି ରଖିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ।
୩- ଘରର ମୁଖ୍ୟ ଦ୍ୱାରରେ ପ୍ରଭୁ ଗଣେଶଙ୍କ ଫଟୋ ଲଗାଇଥିଲେ, ଦ୍ୱାରର ପଛପଟେ ସେହି ସ୍ଥାନରେ ପ୍ରଭୁଙ୍କ ପ୍ରତିମା ଲଗାନ୍ତୁ। ଯେପରି ଦୁଇ ଠାକୁରଙ୍କ ପ୍ରତିମାର ପିଠି ଏକାଠି ହୋଇ ରହିବ।
୪ – ଘରେ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ବସିଥିବା ଅବସ୍ଥାରେ ରହିବା ଉଚିତ। ଏପରି କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ଆସିଥାଏ।
୫ – ମୁଖ୍ୟ ଦ୍ୱାରରେ ସ୍ୱସ୍ତିଷ୍କ, ଓଁ, ଶ୍ରୀଗଣେଶଙ୍କ ଫଟୋ ଲଗାନ୍ତୁ।
୬ – ଘରର ମୁଖ୍ୟ ଦ୍ୱାରକୁ ସଫାସୁତୁରା ରଖନ୍ତୁ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories