ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଅ ଶିବାନନ୍ଦ ନଗର ଦ୍ୱିତୀୟ ଲାଇନରେ ଏକ ଘରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ୩୦ ତୋଳା ଓଜନର ସୁନା ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ପ୍ରକାରେ ଆମ୍ବପୁଅ ଶିବାନନ୍ଦ ନଗର ଦ୍ୱିତୀୟ ଲାଇନରେ ରହୁଥିବା ବଳରାମ ବେହେରା ଗଣେଶ ପୂଜା ଦିନ କୌଣସି କାମରେ ଭୁବନେଶ୍ୱର ଚାଲି ଯାଇଥିଲେ। ଶନିବାର ସନ୍ଧ୍ୟାରେ ସେ ଗରକୁ ଫେରିବା ବେଳକୁ ଗ୍ରିଲ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ପରେ ଘର ଭିତରକୁ ଯାଇ ଦେଖିବା ବେଳକୁ ଲୁହା ଆଲମାରୀ ଭଙ୍ଗା ଯାଇ ଜିନିଷ ପତ୍ର ଏଣେ ତେଣେ ପଡିଥିଲା। ସେଥିରେ ଥିବା ପ୍ରାୟ ୩୦ ତୋଳା ସୁନା ଅଳଙ୍କାର ଓ ନଗଦ ୫୦ରୁ ୬୦ ହଜାର ଟଙ୍କା, କିଛି ରୁପା ଅଳଙ୍କାର ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ। ଖବର ପାଇ ଗୋପାଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ନେଇ ବଳରାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Popular Categories



