www.samajalive.in
Monday, December 8, 2025
14.1 C
Bhubaneswar

ଆଇଡିଏଫ୍‍ସି ବ୍ୟାଙ୍କ ସମ୍ମୁଖରୁ ୨ଲକ୍ଷ ୩୦ ହଜାର ଟଙ୍କା ଲୁଟ୍‍ ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ସହର ଜେଲ ଛକ ନିକଟସ୍ଥ ଆଇଡିଏଫ୍‍ସି ଫାଷ୍ଟ ବ୍ୟାଙ୍କ ସମ୍ମୁଖରୁ ଗୁରୁବାର ଦିନ ପ୍ରାୟ ୧ଟା ବେଳେ କାର ଭିତରୁ ୨ଲକ୍ଷ ୩୦ ହଜାର ଟଙ୍କା ଲୁଟ୍‍ ହୋଇଥିବା ଟାଉନ୍‍ ଥାନାରେ ଅଭିଯୋଗ ହୋଇଛି। ଫଳରେ କେନ୍ଦୁଝର ସହରରେ ପୁଣି କଳା ପଲସର୍‍ ଆତଙ୍କ ସହରବାସୀଙ୍କୁ ଚିନ୍ତାରେ ପକାଇଛି।

ଅଭିଯୋଗ ଅନୁସାରେ, ଗୁରୁବାର ଦିନ ପ୍ରାୟ ୧ଟାବେଳେ ଯଯାତୀ କେଶରୀ ବେହେରା ନାମକ ଜଣେ ଅଣ୍ଡା ବ୍ୟବସାୟୀ ତାଙ୍କର ଜଣେ ସଂପର୍କୀୟ ସଞ୍ଜୟ ସାହୁଙ୍କ ସହିତ କାରରେ ଗୋଟିଏ ବ୍ୟାଗରେ ୮ ଲକ୍ଷ ଓ ଅନ୍ୟ ଏକ ବ୍ୟାଗରେ ୨ଲକ୍ଷ ୩୦ ହଜାର ଟଙ୍କା ଧରି ଆଇଡିଏଫ୍‍ସି ଏବଂ ଆଇଡିବିଆଇ ବ୍ୟାଙ୍କରେ ଡିପୋଜିଟ୍‍ ପାଇଁ ନରଣପୁରରୁ ଆସିଥିଲେ। ସେ ପ୍ରଥମେ ଜେଲ ଛକରେ ଥିବା ଆଇଡିଏଫସି ଫାଷ୍ଟ ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‍ ପାଇଁ ଆସିଥିଲେ। ବ୍ୟାଙ୍କ ସମ୍ମୁଖରେ କାର ରଖି କାର ଆଗ ସିଟରେ ତାଙ୍କ ସମ୍ପର୍କୀୟ ସଞ୍ଜୟଙ୍କୁ ବସାଇ ୮ ଲକ୍ଷ ଟଙ୍କା ଥିବା ବ୍ୟାଗ ଧରି ଆଇଡିଏଫସି ବ୍ୟାଙ୍କକୁ ଡିପୋଜିଟ୍‍ କରିବାକୁ ଯାଇଥିଲେ। ଆଇଡିବିଆଇ ବ୍ୟାଙ୍କରେ ଡିପୋଜିଟ୍‍ ହେବାକୁ ଥିବା ୨ଲକ୍ଷ ୩୦ ହଜାର୍‍ ଟଙ୍କା ବ୍ୟାଗକୁ କାର୍‍ ପଛ ସିଟରେ ରଖି ଦେଇଥିଲେ। କିଛି ସମୟ ପରେ ଏକ ନମ୍ବର ବିହୀନ କଳା ପଲସରରେ ତିନି ଜଣ ବ୍ୟକ୍ତି ଆସି ଉକ୍ତ କାର୍‍ରୁ କିଛି ଦୂରରେ ଅଟକିଥିଲେ। ସେମାନଙ୍କ ମଧ୍ୟରୁ ଜଣେ କାର୍‍ର ଆଗ ସିଟରେ ବସିଥିବା ସଞ୍ଜୟଙ୍କ ପାଖକୁ ଯାଇ ବଜାଜ୍‍ ସୋ ରୁମ୍‍ କେଉଁଠାରେ ଅଛି ବୋଲି ପଚାରିଥିଲେ। ଏତିକିବେଳେ କାରରେ ବସିଥିବା ବ୍ୟକ୍ତିଙ୍କ ଅଗୋଚରରେ ଆଉ ଜଣେ ଲୋକ କାର୍‍ ଅନ୍ୟପଟର ପଛ ପଟ ଡୋର ଖୋଲି ଟଙ୍କା ବ୍ୟାଗ ଧରି ଧାଇଁଥିଲେ। ପରେ ପରେ ବଜାଜ ସୋ ରୁମ୍‍ ବାବଦରେ ପଚାରୁଥିବା ଲୋକ ମଧ୍ୟ ଧାଇଁଥିଲା ଓ ପୂର୍ବରୁ ପଲସର୍‍କୁ ଷ୍ଟାର୍ଟ କରି ରଖିଥିବା ବାଇକ୍‍ ଚାଳକ ସେମାନଙ୍କୁ ନେଇ ସମ୍ବଲପୁର ରୋଡରେ ଦୃତ ଗତିରେ ଫେରାର ହୋଇ ଯାଇଥିଲେ। କାରରେ ବସିଥିବା ଲୋକ ସେମାନଙ୍କ ପଛରେ ଧାଇଁଥିଲେ ମଧ୍ୟ ଦୁର୍ବୃତ୍ତମାନେ ଫେରାର୍‍ ହେବାକୁ ସକ୍ଷମ ହୋଇଥିବା କୁହାଯାଉଛି। ସଙ୍ଗେ ସଙ୍ଗେ ଏବାବଦରେ କେନ୍ଦୁଝର ଟାଉନ୍‍ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଟାଉନ୍‍ ପୁଲିସ ଖବର ପାଇ ବିଭିନ୍ନ ସ୍ଥାନରେ ନାକାବନ୍ଦି କରିଥିଲେ ମଧ୍ୟ ଖବର ଲେଖା ହେବା ପର୍ୟ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଠାବ କରାଯାଇନଥିବା ସୂଚନା ମିଳିଛି। ତେବେ ଦୁର୍ବୃତ୍ତଙ୍କୁ ଗିରଫ୍‍ କରିବା ପୁଲିସ୍‍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅପର ପକ୍ଷରେ ସଂପୃକ୍ତ ଅଣ୍ଡା ବ୍ୟବସାୟୀଙ୍କର କୃଷକ ବଜାରରେ ଥିବା ଦୋକାନରୁ ମଧ୍ୟ ସମାନ ଢଙ୍ଗରେ ଲକ୍ଷାଧିକ ଟଙ୍କା ଲୁଟ୍‍ ହୋଇଥିଲା ବୋଲି ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories