www.samajalive.in
Monday, December 8, 2025
24.1 C
Bhubaneswar

ପେଟ୍ରୋଲପମ୍ପରେ ମ୍ୟାନେଜରଙ୍କୁ ଆକ୍ରମଣ : ୬୦ ହଜାର ଟଙ୍କା ଲୁଟ

ବାଲେଶ୍ୱର : ଚାନ୍ଦିପୁର ରାସ୍ତାରେ ଥିବା ସ୍ୱପ୍ନା-ଚାନ୍ଦି ପେଟ୍ରୋଲପମ୍ପରେ ପଶି ମ୍ୟାନେଜରଙ୍କୁ ଆକ୍ରମଣ ସହ ଟଙ୍କା ଲୁଟ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ପ୍ରାୟ ୬୦ ହଜାର ଲୁଟ ସହ ଲୁଟେରାମାନେ ସିସିକ୍ୟାମେରା ଭାଙ୍ଗି ଦେଇଛନ୍ତି। ଘଟଣାରେ ପେଟ୍ରୋଲପମ୍ପର କିଛି କର୍ମଚାରୀ ସମ୍ପୃକ୍ତ ରହିଥିବା ସନ୍ଦେହ କରି ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଗତକାଲି ସନ୍ଧ୍ୟାରେ ପେଟ୍ରୋଲପମ୍ପ ବନ୍ଦ ହେବା ପରେ ମ୍ୟାନେଜର ଗଜେନ୍ଦ୍ର ପାଢ଼ୀ କ୍ୟାସ କାଉଣ୍ଟରରେ ହିସାବକିତାବ ସାରି ତାଙ୍କ ଶୋଇବା ଘରେ ଟଙ୍କା ରଖି ଶୋଇଥିଲେ। ରାତି ୨ଟା ସମୟରେ ୩/୪ ଜଣ ଯୁବକ ଆସି ପ୍ରଥମେ ପେଟ୍ରୋଲପମ୍ପର ସିସି କ୍ୟାମେରାଗୁଡିକୁ ଭାଙ୍ଗିଥିଲେ। ଏହାପରେ ସିଧା ମ୍ୟାନେଜର ଶ୍ରୀ ପାଢ଼ୀ ଶୋଇଥିବା ଘରେ ଏକ ଗାଡ଼ି ମରାମତି ଯନ୍ତ୍ରାଂଶରେ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ସେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରିନଥିଲେ। ଏହାପରେ ଦୁର୍ବୃତ୍ତମାନେ ଉକ୍ତ ଟଙ୍କାକୁ ଧରି ସେଠାରୁ ଛୁ ମାରିଥିଲେ। ସଙ୍ଗେ ସଙ୍ଗେ ଏ ବାବଦରେ ଶ୍ରୀ ପାଢ଼ୀ ତୁରନ୍ତ ଚାନ୍ଦିପୁର ଥାନାକୁ ଜଣାଇଥିଲେ। ଖବର ପାଇ ଚାନ୍ଦିପୁର ପୁଲିସ ସେଠାରେ ପହଁଚି ୩ ଜଣ ଲୁଟେରାଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ଟଙ୍କା, ମୋବାଇଲ ଓ ଗାଡ଼ି ଜବତ କରିଥିଲେ। ଲୁଟେରା ଯୁବକମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଲୁଟ ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ପେଟ୍ରୋଲପମ୍ପ କର୍ମଚାରୀ ସାମିଲ ଥିବା ଅଭିଯୋଗ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ ଅଟକ ରଖି ପୁଲିସ ପଚରାଉଚୁରା ଜାରି ରଖିଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories