www.samajalive.in
Tuesday, December 9, 2025
16.1 C
Bhubaneswar

ଯାତ୍ରା କରିବା ପୂର୍ବରୁ ଏହି ବାସ୍ତୁ ଟିପ୍ସ ପ୍ରତି ଧ୍ୟାନ ଦିଅନ୍ତୁ

ବାସ୍ତୁଶାସ୍ତ୍ରରେ କୌଣସି କାର୍ଯ୍ୟରେ ଯାତ୍ରା କରିବା ପୂର୍ବରୁ ସେଥିରେ ସଫଳତା ପ୍ରାପ୍ତି କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାର ପାଳନ କଲେ  ଯାତ୍ରାକୁ ମଙ୍ଗଳକାରୀ ଓ ସଫଳ କରି ହୋଇଥାଏ। ଏଥିପାଇଁ କିଛି କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ….
– ଯାତ୍ରାରେ ଯିବା ସମୟରେ କୌଣସି ନକରାତ୍ମକ ଶବ୍ଦର ବ୍ୟବହାର କରନ୍ତୁ ନାହିଁ।
– ନିଜର ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ। ଗାୟନ୍ତ୍ରୀ ମନ୍ତ୍ରୀ ଜପ କରନ୍ତୁ।
– ଯାତ୍ରାରେ ଯିବା ପୂର୍ବରୁ ନଦୀ, ନିଆଁ, ପବନ, ଦେବୀଦେବତା , ଗୁରୁଜନ, ମାତାପିତାଙ୍କୁ ପରିହାସ କରନ୍ତୁ ନାହିଁ।
– ଘରୁ ବାହାରିବା ସମୟରେ ପ୍ରଥମେ ଡ଼ାହାଣ ପାଦ ପକାନ୍ତୁ। ଅସହାୟଙ୍କୁ ଦାନ ଦିଅନ୍ତୁ। ଗାଈଙ୍କୁ ରୁଟି କିମ୍ବା ଘାସ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ।
– ଶାସ୍ତ୍ର ଅନୁଯାୟୀ, ସୋମବାର , ଶନିବାର ପୂର୍ବ ଦିଗରେ ଯାତ୍ରା କରିବା ଅତି ଶୁଭଫଳ ଦେଇନଥାଏ। ସୋମବାର , ଗୁରୁବାର ପୂର୍ବ , ଦକ୍ଷିଣ ଦିଗରେ ଯାତ୍ରା କରନ୍ତୁ ନାହିଁ। ବୁଧବାର , ଶନିବାର ପୂର୍ବ , ଉତ୍ତର ଯାତ୍ରା କରିବା ଉଚିତ ନୁହେଁ। ରବିବାର ଓ ଶୁକ୍ରବାର ପଶ୍ଚିମ ଦିଗରେ ଯାତ୍ରା କରନ୍ତୁ ନାହିଁ।
– ମଙ୍ଗଳବାର ଦିନ ଉତ୍ତର ଦିଗକୁ ଯାତ୍ରା କରୁଥିଲେ ଘରୁ ଗୁଡ଼ ଖାଇ ଯାଆନ୍ତୁ।
ବୁଧବାର ଉତ୍ତର ଦିଗରେ ଯାତ୍ରା କରୁଥିଲେ ଧନିଆ କିମ୍ବା ରାଶି ଲଡ଼ୁ ଖାଇ ଯାଆନ୍ତୁ।
– ଗୁରୁବାର ଦିନ ଦକ୍ଷିଣ ଦିଗରେ ଯାତ୍ରା କରୁଥିଲେ ଦହି ଖାଇ ଯାତ୍ରା କରନ୍ତୁ।
ଶୁକ୍ରବାର ଦିନ ପଶ୍ଚିମ ଦିଗରେ ଯାତ୍ରା କରୁଥିଲେ ଗହମରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ।
– ଶନିବାର ଦିନ ପୂର୍ବ ଦିଗକୁ ଯାତ୍ରା କରୁଥିଲେ, ଅଦା ଖଣ୍ଡ ଖାଆନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories