www.samajalive.in
Saturday, December 6, 2025
19.1 C
Bhubaneswar

ସକାଳେ ଘରେ ପଶି ଭୁଶିଲେ ଛୁରୀ, ଲୁଟିନେଲେ ସୁନା ଅଳଙ୍କାର

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଧୀନ ଏନ୍‍-୪ ଅଞ୍ଚଳରେ ଦିନ ଦ୍ୱିପହରରେ ଜଣେ ବୃଦ୍ଧାଙ୍କୁ ଘରେ ପଶି ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ। ତାଙ୍କ ବେକରୁ ସୁନାଚେନ୍‍ ଲୁଟି ନେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୃଦ୍ଧା ତୁଳସୀ ଦେଇ ଏବଂ ତାଙ୍କ ସ୍ୱାମୀ ଚକ୍ରପାଣି ମିଶ୍ର ଏନ୍‍-୪ଅଞ୍ଚଳରେ ରହୁଛନ୍ତି। ପ୍ରଥମ ମହଲାରେ ବୃଦ୍ଧ ଦମ୍ପତି ରହୁଥିବା ବେଳେ ତଳ ମହଲା ଏବଂ ଉପର ଆଉ ଦୁଇ ମହଲା ଭଡାରେ ଦେଇଥିଲେ। ବୃଦ୍ଧାଙ୍କ ସ୍ୱାମୀ ରବିବାର ସକାଳ ୯ଟାରେ ବଜାରକୁ ମାଛ ଆଣିବାକୁ ଯାଇଥିଲେ ଓ  ଘର ଗେଟ୍‍ ବନ୍ଦ କରିବାକୁ ଭୂଲି ଯାଇଥିଲେ । ଘର ଭିତରେ ବୃଦ୍ଧା ଜଣକ ଟିଭି ଦେଖୁଥିଲେ। ଘର ଗେଟ ଖୋଲା ଥିବା ସୁଯୋଗ ନେଇ କିଛି ଦୁର୍ବୃତ୍ତ ଘରେ ପଶିଥିଲେ। ଦୁର୍ବୃତ୍ତଙ୍କୁ ଦେଖି ବୃଦ୍ଧା ଜଣକ ଚିତ୍କାର କରିବାରୁ ସେ ମାରଣାସ୍ତ୍ରରେ ଆକ୍ରମଣ କରି ସୁନାଚେନ୍‍ ଲୁଟି ନେଇଛନ୍ତି। ଦୁର୍ବୃତ୍ତ ଆକ୍ରମଣ କରି ବୃଦ୍ଧାଙ୍କ ଦେହରେ ୫ ଓ ୬ଟି ସ୍ଥାନର ଗୁରୁତର ଆଘାତ ଦେଇଛନ୍ତି। ତାଙ୍କ ସ୍ୱାମୀ ବଜାରକୁୁ ଆସିବା ପରେ  ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଯିବା ସହ ଦେହର ଏକାଧିକ ସ୍ଥାନରେ ଛୁରାମାଡ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି। ସିସିଟିଭି ନଥିବା ଏବଂ ଭଡାରେ ରହୁଥିବା ଭଡାଟିଆ କେତେ ଜଣ ଆସିଥିଲେ କହିପାରୁନଥିବାରୁ ପୁଲିସକୁ ତଦନ୍ତ କରିବା ମୁସ୍କିଲ ହୋଇଛି। ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବାରୁ ପୁଲିସ କିଛି ପଚାରିପାରୁନି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories