www.samajalive.in
Monday, December 8, 2025
24.1 C
Bhubaneswar

ଛୁରାମାଡ଼ କରି ଟଙ୍କା ଓ ସୁନାଗହଣା ଲୁଟ ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମେଡ଼ିକାଲ ବ୍ୟାଙ୍କ କଲୋନି ନିକଟସ୍ଥ ବିଜୟବିହାର ଠାରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ ୩ଟା ସମୟରେ କିଛି ଦୁର୍ବୃତ୍ତ ପୂର୍ବତନ ବ୍ୟାଙ୍କ କର୍ମଚାରୀ କନକ ରାଓଙ୍କ ଘରେ ପଶି ରାତିରେ ସଶସ୍ତ୍ର ଡ଼କାୟତି ହୋଇଥିବା ଅଭିଯୋଗ ହୋଇଛି। ଛୁରାମାଡ଼ କରି ପ୍ରାୟ ୧୦ ଭରି ସୁନା ଓ ୧୫ ହଜାର ଟଙ୍କା ଲୁଟ ହୋଇଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ କନକ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ପ୍ରଥମେ ଭୟଭୀତ କରାଇ ସୁନା ଅଳଙ୍କାର ଲୁଟ ପାଇଁ ଚେଷ୍ଟା କରିଥିଲେ। କନକ ରାଓ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛୁରୀରେ ଆକ୍ରମଣ କରିବା ସହ ଆଲମିରା ଭାଙ୍ଗି ଲୁଟ କରିଥିଲେ। ଏନେଇ କନକ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories