www.samajalive.in
Wednesday, December 10, 2025
26.1 C
Bhubaneswar

ହରିୟାଣାରେ ବିଜେପି, କଂଗ୍ରେସ ବିରୋଧରେ ଆପ-ଜେଜେପି ମେଣ୍ଟ

ନୂଆଦିଲ୍ଲୀ : ହରିୟାଣାରେ ସାଧାରଣ ନିର୍ବାଚନ ପାଇଁ ବିଜେପି ଏବଂ କଂଗ୍ରେସ ବିରୋଧରେ ଆମ ଆଦମୀ ପାର୍ଟି (ଆପ) ଏବଂ ଜନନାୟକ ଜନତା ପାର୍ଟି (ଜେଜେପି) ମେଣ୍ଟ ଶୁକ୍ରବାର ଚୂଡ଼ାନ୍ତ ହୋଇଛି। ଆପ ନେତା ଗୋପାଳ ରାୟ କହିଛନ୍ତି ଯେ ଏହି ମେଣ୍ଟ ଅନୁସାରେ ହରିୟାଣାର ୩ଟି ଲୋକସଭା ଆସନରେ ଆପ ଏବଂ ୭ଟି ଲୋକସଭା ଆସନରେ ଜେଜେପି ନିର୍ବାଚନ ଲଢିବ।
ପ୍ରକାଶ ଯେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲାଙ୍କ ନାତି ଦୁଷ୍ୟନ୍ତ ଚୌଟାଲା ଗତ ବର୍ଷ ଜେଜେପି ସ୍ଥାପନ କରିଥିଲେ। ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲ ଆପ, କଂଗ୍ରେସ ଏବଂ ଜେଜେପି ମେଣ୍ଟ ପାଇଁ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ କଂଗ୍ରେସ ଆଡେଇ ଦେଇଥିଲା। ଏବେ ଆପ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି। ଏପରିକି ଦିଲ୍ଲୀରେ ମଧ୍ୟ ଆପ କୌଣସି ମେଣ୍ଟ କରିବ ନାହିଁ ବୋଲି ଶୁଣିବାକୁ ମିଳୁଛି। ଉଲ୍ଲେଖଯୋଗ୍ୟ ଯେ ହରିୟାଣାର ୧୦ଟି ଲୋକସଭା ଆସନ ପାଇଁ ୧୨ ମଇରେ ଷଷ୍ଠ ପ୍ରର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories