www.samajalive.in
Wednesday, December 10, 2025
26.1 C
Bhubaneswar

ଯୋଗାଣ ବିଭାଗ ଦୁର୍ନିତୀ : ଲକ୍‍ ଡାଉନ ବେଳେ ଚଢା ଦରରେ କିରୋସିନି ବିତରଣ ଅଭିଯୋଗ

ଲୋଇସିଂହା : କୋଭିଡ-୧୯ ପାଇଁ ଲକଡାଉନ ସମୟରେ ଲୋକଙ୍କୁ ସହଯୋଗ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବା ବେଳେ ଧାର୍ଯ୍ୟଦର ଠାରୁ ଅଧିକ ଦରରେ କିରୋସିନି ବିକ୍ରି କରି ଖାଉଟିଙ୍କୁ ଶୋଷଣ କରିଥିବା ଜ୍ୱଳନ୍ତ ଉଦାହରଣ ଦେଖା ଯାଇଛି ଲୋଇସିଂହା ବ୍ଳକରେ।

ସୂଚନା ଅନୁଯାୟୀ, ଗତ କିରୋସିନିର ଦର ଏପ୍ରିଲ ମାସରେ ଲିଟର ପିଛା ୨୭ଟଙ୍କା ଥିବା ବେଳେ ଉକ୍ତ ବ୍ଳକରେ ୩୯ ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡିଛି। ଏପରିକି ନିଦ୍ଦିର୍ଷ୍ଟ ପରିମାଣରେ କିରୋସିନି ଦିଆଯାଉ ନାହିଁ ବୋଲି ଖାଉଟି ମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଯୋଗାଣ ଅଧିକାରୀଙ୍କୁ ପଚାରାଯିବାରେ ସେ ଏହାକୁ ସ୍ୱୀକାର କରି ଗତ ମାର୍ଚ୍ଚ ମାସର ବାକି ରହିଥିବା କିରୋସିନି ଅଧିକ ଦରରେ ବିକ୍ରି କରାଯାଇଥିବା କହିଛନ୍ତି ।

- Advertisement -

ଅନ୍ୟ ପକ୍ଷରେ ଜନୈକ ବିତରକଙ୍କ ସୂଚନା ଅନୁଯାୟୀ, ଲକ ଡାଉନ ଯୋଗୁଁ ଗତ ମାର୍ଚ୍ଚ ମାସରେ ଡିଲର ମାନେ କିରୋସିନି ହୋଲସେଲର ପାଖରୁ ନେଇ ଖାଉଟିଙ୍କୁ ବିତରଣ କରି ପାରି ନ ଥିଲେ। ଏହା ନେଇ ବିତରଣ କରିବା ବେଳକୁ ଏପ୍ରିଲ ମାସ ହୋଇ ଯାଇଥିଲା। ସରକାର ଏପ୍ରିଲ ୧ରୁ ଲିଟର ପିଛା ଦର ପ୍ରାୟ ୧୦ ଟଙ୍କାକୁ ଖସାଇ ଦେଇଥିବା ବେଳେ ଏହି ନିର୍ଦ୍ଦେଶ ବିତରକ ମାନଙ୍କୁ ନିକଟକୁ ୧୦ ତାରିଖ ସୁଦ୍ଧା ପହଞ୍ଚି ପାରି ନ ଥିବାରୁ ସେମାନେ ମାର୍ଚ୍ଚ ମାସର ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ତେବେ ଘଣ୍ଟାକ ଭିତରେ ସାରା ଦେଶରେ ସରକାରୀ ନିର୍ଦ୍ଦେଶ ପହଞ୍ଚି ପାରୁ ଥିବା ବେଳେ ଦଶ ଦିନ ପର୍ଯ୍ୟନ୍ତ ବିତରକ ମାନଙ୍କୁ ଯୋଗାଣ ବିଭାଗ କେମିତି ଅନ୍ଧାରରେ ରଖି ଖାଉଟି ମାନଙ୍କୁ ଶୋଷଣ କରାଯାଇଛି ତାହା ରହସ୍ୟ ଘେରରେ ରହିଛି। ଏହି ବ୍ଳକକୁ ମାସକୁ ପ୍ରାୟ ୪୨ ହଜାର ଲିଟର କିରୋସିନି ଆସୁଥିବା ବେଳେ ଗତ ଏପ୍ରିଲ ମାସରେ ଖାଉଟିଙ୍କୁ ଶୋଷଣ କରି ବିଭାଗୀୟ କେତେ ଅସାଧୁ ଅଧିକାରୀ ମାଲେମାଲ ହୋଇଥିବା ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି। ଏହି ପରିସ୍ଥିତିରେ ଅଞ୍ଚଳର ରାଜନେତା ମାନେ ମଧ୍ୟ ନୀରବ ଦ୍ରଷ୍ଟା ସାଜି ଥିବାରୁ ସେମାନଙ୍କ ସାଧୁତା ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଲୋଇସିଂହା ଯୋଗାଣ ବିଭାଗର ବହୁ ଦୁର୍ନିତୀ ଲୋକଲୋଚନ କୁ ଆସିପାରିବ ବୋଲି ମତ ପ୍ରକାଶ ପାଉଛି।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories