www.samajalive.in
Saturday, December 6, 2025
19.1 C
Bhubaneswar

୧୦ ଲକ୍ଷ ଟଙ୍କା ବଟି ନେବା ପରେ ନେତାଙ୍କୁ ହତ୍ୟା କଲେ ଅପହର୍ତ୍ତା

ପାଟନା: ବିହାରର ପୁର୍ଣ୍ଣିଆରୁ ଅପହୃତ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ନେତା ଅନିଲ ଉରାଓଁଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଛି। କୃତ୍ୟାନନ୍ଦ ନଗର ଥାନା ଅନ୍ତର୍ଗତ  ଡମ୍ବରାହା ଗ୍ରାମରୁ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗତ ଗୁରୁବାର ଅନିଲଙ୍କୁ ଅପହରଣ କରାଯାଇଥିଲା। ତାଙ୍କୁ ଛାଡ଼ିବା ଲାଗି ଅପହର୍ତ୍ତାମାନେ ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିଲେ। କିନ୍ତୁ ଟଙ୍କା ନେବା ପରେ ସେମାନେ ଅନିଲଙ୍କୁ ହତ୍ୟା କରିଛନ୍ତି।

ସୂଚନା ଅନୁସାରେ, ଗତ ୨୯ ତାରିଖରେ ଅନିଲଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। କିନ୍ତୁ ପୁଲିସର ଅପାରଗତା ଯୋଗୁ ଅପହର୍ତ୍ତାମାନେ ଅନିଲଙ୍କୁ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅନିଲଙ୍କ ପରିବାର ଲୋକେ କହିଛନ୍ତି, ଅପହରଣ ପରେ ଅପହର୍ତ୍ତାମାନେ ୧୦ ଲକ୍ଷ ଟଙ୍କାରେ ଅନିଲଙ୍କ ମୁଣ୍ଡ ଜାମିନ ରଖିଥିଲେ। ପୁଲିସ ଯୋଜନା ଅନୁସାରେ ୧୦ ଲକ୍ଷ ଟଙ୍କା ସହିତ ପରିବାର ଲୋକଙ୍କୁ ନେଇ ଅପହର୍ତ୍ତାମାନଙ୍କୁ ଧରିବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା। କିନ୍ତୁ ଅପହର୍ତ୍ତାମାନେ ଟଙ୍କା ନେବା ସହିତ ପୁଲିସକୁ ଚକ୍‌ମା ଦେଖାଇ ଖସିଯାଇଥିଲେ। ଏହା ପରେ ଅନିଲଙ୍କୁ ହତ୍ୟା କରି ଡମ୍ବରାହା ଗ୍ରାମରେ ଫିଙ୍ଗି ଚାଲିଯାଇଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories