ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । କିଛି ଆଶ୍ଚର୍ଯ୍ୟଚକିତ କରିବା ସହ ଭୟଭୀତ ମଧ୍ୟ କରିଥାଏ । ସିଂହ ସହ ଜଡିତ ଏଭଳି ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି, ଯାହାକୁ ଦେଖିଲେ ଛାତି ଥରି ଉଠିବ । ଭିଡିଓଟି ଏବେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।
ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ସିଂହ,ସିଂହୀ ଥିବା ଖୁଆଡ ଭିତରକୁ ପ୍ରବେଶ କରିଛନ୍ତି । ଗୋଟିଏ ଧଳା କପଡା ଧରିଛନ୍ତି । ଭିଡିଓ ଦେଖିଲେ ଅନୁଭବ ହେଉଛି, ବ୍ୟକ୍ତି ଜଣକ ସିଂହକୁ ତାଲିମ ଦିଅନ୍ତି, ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ।
ବ୍ୟକ୍ତି ଜଣକ ଯେଭଳି ଧଳା ରଙ୍ଗର କପଡା ଦେଖାଇଛନ୍ତି, ସିଂହ ତାଙ୍କ ଉପରେ ଖୁବ୍ ଜୋରରେ ଆକ୍ରମଣ କରୁଛି । ବ୍ୟକ୍ତି ଜଣକ ସେହି ସମୟରେ ତଳେ ପଡି ଯାଉଛନ୍ତି । ବ୍ୟକ୍ତି ଜଣକ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ଭିଡିଓଟି ଦେଖିଲେ ଭୟଭୀତ ଲାଗୁଛି । ବ୍ୟକ୍ତି ଜଣକ ଗୁରୁତର ହୋଇଛନ୍ତି ବୋଲି ଜଣାପଡିଛି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।



