ପ୍ରିମିୟମ ଅବଧି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମ୍ବଲପୁର କୃଷକ ମୋର୍ଚ୍ଚା ସଭାପତିଙ୍କ ଚିଠି
ସମ୍ବଲପୁର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରିମିୟମ ପଇଠ ଅବଧି ବୃଦ୍ଧି କରିବା ପାଇଁ ସମ୍ବଲପୁର ଜିଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ ଚିଠି ଲେଖିଛନ୍ତି। ସଭାପତି ବାବୁ ଲେଖିଥିବା ଚିଠି ଅନୁଯାୟୀ, ଜୁଲାଇ ୩୧ ତାରିଖ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ପ୍ରିମିୟମ ଅବଧିର ଶେଷ ତାରିଖ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ସମ୍ବଲପୁର ଜିଲାରେ ହଜାର ହଜାର ଚାଷୀ ବର୍ତ୍ତମାନ ପର୍ଯ୍ୟନ୍ତ ବୀମା ପ୍ରିମିୟମ ରାଶି ଦାଖଲ କରି ପାରି ନାହାନ୍ତି। ଗତ ରବି ଋତୁରେ ଧାନ ଅମଳ ସମୟରେ ଅଦିନିଆ ବର୍ଷା, ଯଶ ବାତ୍ୟା ଯୋଗୁଁ ଧାନ ଅମଳ ଓ ବିକ୍ରିରେ ଅହେତୁକ ବିଳମ୍ବ ସମେତ ଚଳିତ ବର୍ଷ ମୌସୁମୀ ବିଳମ୍ବିତ ହୋଇଥିବାରୁ ଖରିଫ ଚାଷ ବିଳମ୍ବରେ ଆରମ୍ଭ ହୋଇଥିବାରୁ ଚାଷୀ ବହୁ କ୍ଷତିର ସମ୍ମୁଖୀନ ହୋଇଛି। ଏଣୁ ଚାଷୀମାନଙ୍କର ହିତକୁ ଧ୍ୟାରେ ରଖି ଚଳିତ ଖରିଫ ଚାଷ ପାଇଁ ବୀମା ଯୋଜନାର ପ୍ରିମିୟମ ଦାଖଲ ଅବଧିକୁ ଅତି କମରେ ୧୫ ଦିନ ଯଥା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ।
ସେହିଭଳି ଧାନ ବିକ୍ରି ପାଇଁ ଜିଲାରେ କୃଷକ ମାନଙ୍କର ପଞ୍ଜିକରଣ ଅବଧି ଅଗଷ୍ଟ ୧୫ରେ ଶେଷ ହେଉଥିବାରୁ ଏହାକୁ ମଧ୍ୟ ଆଗାମୀ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜିଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ ଦାବି କରିଛନ୍ତି।
Comments are closed.