www.samajalive.in
Sunday, December 7, 2025
16.1 C
Bhubaneswar

ଆସନ୍ତାକାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ବାଚନ: ଅଜ୍ଞାତ ବାସରୁ ଫେରି ନିର୍ବାଚନରେ ଭାଗ ନେବେ ସମିତି ସଭ୍ୟ ଓ ସଭ୍ୟା

ଲକ୍ଷ୍ମୀପୁର: ଶନିବାର ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ବାଚନ। ହେଲେ ଗତ ୨୭ ତାରିଖ ନିର୍ବାଚନ ଫଳାଫଳ ଘୋଷଣା ପରେ ଅଜ୍ଞାତ ବାସରେ ଯାଇଛନ୍ତି ସମିତି ସଭ୍ୟ ଓ ସଭ୍ୟାମାନେ। ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ପକ୍ଷରୁ ନବନିର୍ବାଚିତ ସମିତି ସଭ୍ୟ ଓ ସଭ୍ୟାମାନଙ୍କୁ ନିଆଯାଇ ଅଜ୍ଞାତ ବାସରେ ରଖାଯାଇଛି। ତେବେ ଆସନ୍ତା କାଲି ନିର୍ବାଚନ ହେବାକୁ ଥିବାରୁ କାଲି ସକାଳେ ସିଧାସଳଖ ଆସି ନିର୍ବାଚନ ଅଧିକାରୀଙ୍କ ନିକଟରେ ଉପସ୍ଥିତ ହୋଇ ଭୋଟରେ ଭାଗନେଇ ଉକ୍ତ ନିର୍ବାଚିତ ପ୍ରତିନିଧିମାନେ ସମିତି ସଭ୍ୟାଙ୍କୁ ଅଧ୍ୟକ୍ଷା ଭାବେ ବାଛିବାକୁ ସ୍ଥିର ହୋଇଛି ।

ଏହି ପ୍ରରିପ୍ରେକ୍ଷୀରେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଶାସକ ଦଳ ପକ୍ଷରୁ ପ୍ରାୟ ୯ ଜଣ ସମିତିସଭ୍ୟ, ସଭ୍ୟାମାନଙ୍କୁ ନିର୍ବାଚନ ପରେ ବିଭିନ୍ନ ଲଜରେ ରଖାଯିବା ସହିତ ଦର୍ଶନୀୟ ସ୍ଥାନ ବୁଲାଯାଉଥିଲା। ଶନିବାର ଅଧ୍ୟକ୍ଷା ନିର୍ବାଚନ ଥିବାରୁୁ ସକାଳୁ ସିଧାସଳଖ ଆସି ସେମାନେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଉପସ୍ଥିତ ହେବା ସହିତ ଜନୈକ ପୂର୍ବତ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସପକ୍ଷରେ ଭୋଟ ଦେଇ ନିର୍ବାଚିତ କରିବା ପାଇଁ ସମସ୍ତ ପଥ ପରିଷ୍କାର ହୋଇଥିବା ଜଣାପଡିଛି। ତେବେ କେବଳ ଜଣେ ମାତ୍ର ପ୍ରାର୍ଥୀ ଅଧ୍ୟକ୍ଷା ଦୌଡରେ ଅଛନ୍ତି ନା ଆଉ କେଉଁମାନେ ଭାଗ ନେଉଛନ୍ତି ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories