www.samajalive.in
Sunday, December 7, 2025
15.1 C
Bhubaneswar

କୋରମ ଅଭାବରୁ ଖୁଣ୍ଟାପଡା ପଞ୍ଚାୟତର ନାଏବ ସରପଞ୍ଚ ନିର୍ବାଚନ ବାତିଲ

ଝୁମ୍ପୁରା: କୋରମ ଅଭାବରୁ ବାତିଲ ହେଲା ଖୁଣ୍ଟାପଡା ପଞ୍ଚାୟତର ନାଏବ ସରପଞ୍ଚ ନିର୍ବାଚନ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ମାର୍ଚ୍ଚ ୧୧ ତାରିଖ ଦିନ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ଝୁମ୍ପୁରା ବ୍ଲକର ୨୨ ଗୋଟି ପଞ୍ଚାୟତର ନାଏବ ସରପଞ୍ଚ ପଦବୀ ନିମନ୍ତେ ଶୁକ୍ରବାର ନିର୍ବାଚନ କରିବା ପାଇଁ ବ୍ଲକ ନିର୍ବାଚନ ଅଧିକାରୀ ସ୍ଥିର କରିବା ସହିତ ପ୍ରତି ପଞ୍ଚାୟତର ମୁଖ୍ୟାଳୟରେ ବ୍ଲକ ନିର୍ବାଚନ ଅଧିକାରୀ ପଦାଧିକାରୀମାନଙ୍କୁ ନିଯୁକ୍ତି କରିଥିଲେ। ଏହି ବ୍ଲକର ଖୁଣ୍ଟାପଡା ପଞ୍ଚାୟତର ନାଏବ ସରପଞ୍ଚ ନିର୍ବାଚନ କରିବା ପାଇଁ ବ୍ଲକ ତରଫରୁ ପଦ୍ମଲୋଚନ ଜେନାକୁ ନିର୍ବାଚନ ପରିଚାଳନା କରିବା ପାଇଁ ଦାୟିତ୍ୱ ପ୍ରଦାନ କରିଥିଲେ। ସଂପୃକ୍ତ ଅଧିକାରୀ ପୂର୍ବାହ୍ନ ୧୦ ଘଟିକା ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ। ଏହି ପଞ୍ଚାୟତର ୧୩ ଗୋଟି ୱାର୍ଡ ରହିଛି ସେଥିମଧ୍ୟରୁ ୧୧ ଗୋଟି ୱାର୍ଡରେ ୱାର୍ଡ ସଭ୍ୟ ନିର୍ବାଚିତ ହୋଇଥିବା ବେଳେ ୨ ଟି ୱାର୍ଡରେ କୌଣସି ପ୍ରାର୍ଥି ହୋଇ ନଥିବାରୁ ଉକ୍ତ ଦୁଇଟି ୱାର୍ଡର ୱାର୍ଡ ସଭ୍ୟପଦ ଏବେ ମଧ୍ୟ ଖାଲି ପଡିଛି। ନାଏବ ସରପଞ୍ଚ ପଦବୀ ନିମନ୍ତେ ଶୁକ୍ରବାର ପଞ୍ଚାୟତ ପରିସର ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ନିର୍ବାଚିତ ହୋଇଥିବା ୱାର୍ଡ ସଭ୍ୟମାନଙ୍କ ମଧ୍ୟରୁ ସରକାରଙ୍କ ନିୟମ ଅନୁସାରେ ୫୦ ପ୍ରତିଶତ ସଭ୍ୟ ଉପସ୍ଥିତ ରହିଲେ ନିର୍ବାଚନ ଅନୁଷ୍ଠିତ କରିବାର ନିୟମ ରହିଛି। କିନ୍ତୁ ନିୟମ ଅନୁସାରେ ନିର୍ବାଚନ ପାଇଁ ଯେତିକି ସଭ୍ୟ ଉପସ୍ଥିତ ରହିବା କଥା ସେତିକି ସଭ୍ୟ ନିର୍ବାଚନ ସ୍ଥାନରେ ଅନୁପସ୍ଥିତ ରହିଥିବାରୁ ଦାୟିତ୍ୱରେ ରହିଥିବା ଅଧିକାରୀ ନାଏବ ସରପଞ୍ଚ ନିର୍ବାଚନକୁ କୋରମ ଅଭାବରୁ ସ୍ଥଗିତ କରି ଫେରିଯାଇଥିବା ଦେଖିବାକୁ ମିଳିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories