www.samajalive.in
Friday, December 5, 2025
23.1 C
Bhubaneswar

ଗଠନ ହେବ ଆଇନ ସଂଶୋଧନ ଆୟୋଗ

ଭୁବନେଶ୍ବର: ରାଜ୍ୟ ସରକାର ଖୁବ୍ ଶୀଘ୍ର ଲ’ ରିଭିଜନ କମିଶନ ଗଠନ କରିବାକୁ ଯାଉଛନ୍ତି। ଅପ୍ରାସଙ୍ଗିକ ଓ ଅଦରକାରୀ ଆଇନର ପରିବର୍ତ୍ତନ ଆବଶ୍ୟକ ଥିବାରୁ ଏହି କମିଶନ ଗଠନ କରାଯିବ। ମାସେ କିମ୍ବା ଦେଢ ମାସ ଭିତରେ କମିଶନ ଗଠନ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ଆଇନମନ୍ତ୍ରୀ କହିଛନ୍ତି, ଯେଉଁ ଆଇନ ଉପରେ ସରକାର ଚାଲେ ସେସବୁ ଆଇନଗୁଡିକର ନବୀକରଣ ଅବା ପୁନର୍ବିନ୍ୟାସର ଆବଶ୍ୟକତା ରହିଛି, ତେଣୁ ମାସେ କିମ୍ବା ଦେଢମାସେ ଭିତରେ ଲ’ ରିଭିଜନ କମିଶନ ଗଠନ ହେବ। ଯଦି କେଉଁ ଆଇନ ଅପ୍ରାସଙ୍ଗିକ କିମ୍ବା ଅଦରକାରୀ ହୋଇପଡିଛି ତାହାର ସମୀକ୍ଷା ଦରକାର। ଏଥିପାଇଁ ଲ’ ରିଭିଜନ କମିଶନ ଗଠନ ହେବା ଜରୁରୀ। ସୂଚନା ଅଧିକାର ଆଇନକୁ ଅଧିକ ସଶକ୍ତ କରାଯିବ। ଆଇନରେ ଦରକାର ପଡିଲେ ସଂଶୋଧନ କରାଯିବ। ସରକାରଙ୍କୁ ଭୁଲ ଠିକ ବିଷୟରେ ସୂଚେଇ ଦେବା କାମ ହେଉଛି ସୂଚନା ଅଧିକାର କର୍ମୀଙ୍କର, ତେଣୁ ରାଜ୍ୟରେ ସେମାନଙ୍କ ନାମରେ ଥିବା ମାମଲାର ସରକାର ପୁରର୍ବିଚାର କରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories