www.samajalive.in
Friday, December 5, 2025
16.1 C
Bhubaneswar

ରାଜଧାନୀରେ ଅନ୍ତଃରାଷ୍ଟ୍ରୀୟ ସାଇବର ଠକଙ୍କ କଲ୍‌ ସେଣ୍ଟର

ଭୁବନେଶ୍ୱର: ରାଜଧାନୀର ଏକ ଆପାର୍ଟମେଣ୍ଟରେ ସାଇବର ଠକଙ୍କ କଲ୍‌ ସେଣ୍ଟରକୁ ପୁଲିସ ଠାବ କରିଛି। ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ଥିବା କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଭୁବନେଶ୍ବର ସାଇବର ଥାନା ପୁଲିସ ଚଢ଼ଉ କରି ୬ ସାଇବର ଠକଙ୍କୁ କାବୁ କରିଛି। ସେମାନଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଅଟକ ଠକ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ସମୀର ମୋବିନ, ମହମ୍ମଦ ଜାଭେଦ ହୁସେନ୍‌, ମହମ୍ମଦ ତୋସିଫ, ଫୈଜାନ୍‌ ଆଲାମ, ସାଏବ ରାଜା ଓ ମହମ୍ମଦ ହାଇଦର ଅଲ୍ଲୀ। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୬ଟି ଲାପ୍‌ଟପ୍‌, ୧୧ ମୋବାଇଲ ଫୋନ୍‌, ୱାଇଫାଇ ରାଉଟର ଓ କିଛି ଡିଭାଇସ୍‌ ଜବତ କରିଛି। ଗତ ୧ ବର୍ଷ ହେବ ଆପାର୍ଟମେଣ୍ଟରେ ରହୁଥିଲେ ଏହି ରାକେଟ। କେୱାଇସି ଅପଡ଼େଟ ହେଉ ଅବା ଇନଭେଷ୍ଟ ନାଁରେ ଫୋନ କରି ଠକେଇ କରୁଥିଲେ।
ରାଜ୍ୟ ବାହାରେ ରାକେଟର କାର୍ପଟଦାର ଥିବା ତଦନ୍ତରୁ ଜଣାପଡ଼ିଛି। ଟଙ୍କା ଆକାଉଣ୍ଟରୁ ଲୁଟିବା ପରେ ସଙ୍ଗେ ସଙ୍ଗେ ଏକାଧିକ ଆକାଉଣ୍ଟ ଦେଇ କାର୍ପଟଦାର ପାଖକୁ ଚାଲି ଯାଉଥିଲା। ଧରାପଡ଼ିଥିବା ଅଭିଯୁକ୍ତମାନେ କାର୍ପଟଦାରଠାରୁ କମିସନ ନେଇ କାମ କରୁଥିଲେ। ରାକେଟଠାରୁ ଜବତ ହୋଇଥିବା ଲାପଟପ୍‌ ଓ ମୋବାଇଲ ଫୋନକୁ ନେଇ ବୈଷୟିକ ବିଶେଷଜ୍ଞଙ୍କ ଜରିଆରେ ପୁଲିସ ଯାଞ୍ଚ କରୁଛି। ଉକ୍ତ ଆପାର୍ଟମେଣ୍ଟର ୨୦୫ ନମ୍ବର ଫ୍ଲାଟରେ ଏହି ରାକେଟ ରହି ସାରା ଦେଶରେ ଜାଲ ବିଛାଇ ଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହି ଫ୍ଲାଟକୁ କିଏ ଭଡ଼ା ନେଇଥିଲା, କେବେଠାରୁ ଆପାର୍ଟମେଣ୍ଟରେ ଚାଲିଥିଲା କଲ ସେଣ୍ଟର, ଏବେସୁଦ୍ଧା କେତେ ଲୋକଙ୍କୁ ଠକିଛନ୍ତି ଏହି ରାକେଟ ଏବଂ ଠକେଇ ଟଙ୍କାକୁ ସେମାନେ କେଉଁଠି ବିନିଯୋଗ କରିଛନ୍ତି ସେ ବିଷୟରେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଜିମାରେ ଆଣି ଜେରା କରିବାକୁ ପୁଲିସ ଲକ୍ଷ୍ୟ ରଖିଛି।
ପୂର୍ବରୁ ସିମବକ୍ସ ରାକେଟ ଧରିଥିଲା କମିସନରେଟ ପୁଲିସ। ଏଥିରେ ବାଂଲାଦେଶ ଲିଙ୍କ ସାମ୍ନାକୁ ଆସିଥିଲା। ବାଂଲାଦେଶ ଅପରାଧୀ ପଶ୍ଚିମବଙ୍ଗ ଯୁବକ ସହାୟତାରେ ଭୁବନେଶ୍ବରରେ ସିମବକ୍ସ ଲଗାଇଥିଲା। ଏହି ସିମ୍‌ବକ୍ସ ଜରିଆରେ ବିଦେଶକୁ କଲ୍‌ କରାଯାଉଥିଲା। ଏହି ଘଟଣାର ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ପୁଣି ସାମ୍ନାକୁ ଆସିଛି ସାଇବର ଠକଙ୍କ ନକଲି କଲ ସେଣ୍ଟର। ଏହି ସାଇବର ଠକ ରାକେଟ ଚେର ‌େ‌ଦଶ ବାହାରକୁ ଲମ୍ବିଥିବା ପୁଲିସ ସନ୍ଦେହ କରୁଛି। ଅଭିଯୁକ୍ତମାନେ ଆକାଉଣ୍ଟ ଖାଲି କରିବା ପାଇଁ ଲୋକଙ୍କୁ ଜାଲରେ ପକାଉଥିଲେ। ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକଙ୍କ ପାଖକୁ ଏମାନେ ଭାଇରସ ପଠାଉଥିଲେ। ପରେ ଫୋନ୍‌ କରି ଆପଣଙ୍କ ଲାପ୍‌ଟପରେ ଭାଇରସ ରହିଛି, ସମସ୍ତ ଗୁପ୍ତ ତଥ୍ୟ ହ୍ୟାକ ହେବା ଆଶଙ୍କା ଥିବା କହୁଥିଲେ। ଏହାର ସମାଧାନ କରିବା ଲାଗି ଟଙ୍କା ଦାବି କରୁଥିଲେ। ଟଙ୍କା ପଠାଇବା ପରେ ଏମାନେ ସେହି ସମସ୍ୟାକୁ ସମାଧାନ କରୁଥିଲେ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟର ତଥ୍ୟ ଚୋରାଇ ନେଉଥିଲେ। ପରେ ସେମାନେ ଆକାଉଣ୍ଟରୁ ସବୁ ଟଙ୍କା ଲୁଟି ନେଉଥିଲେ। ଏଭଳି ଏକ ଅଭିଯୋଗର ତଦନ୍ତ କରିବା ପରେ ସାଇବର ଥାନା ପୁଲିସ ସମ୍ପୃକ୍ତ ରାକେଟର ସନ୍ଧାନ ପାଇଥିଲା। ଶେଷରେ ବୁଧବାର ଚଢ଼ଉ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories