www.samajalive.in
Friday, December 5, 2025
23.1 C
Bhubaneswar

ରାଜଧାନୀରେ ଅନ୍ତଃରାଷ୍ଟ୍ରୀୟ ସାଇବର ଠକଙ୍କ କଲ୍‌ ସେଣ୍ଟର

ଭୁବନେଶ୍ୱର: ରାଜଧାନୀର ଏକ ଆପାର୍ଟମେଣ୍ଟରେ ସାଇବର ଠକଙ୍କ କଲ୍‌ ସେଣ୍ଟରକୁ ପୁଲିସ ଠାବ କରିଛି। ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ଥିବା କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଭୁବନେଶ୍ବର ସାଇବର ଥାନା ପୁଲିସ ଚଢ଼ଉ କରି ୬ ସାଇବର ଠକଙ୍କୁ କାବୁ କରିଛି। ସେମାନଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଅଟକ ଠକ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ସମୀର ମୋବିନ, ମହମ୍ମଦ ଜାଭେଦ ହୁସେନ୍‌, ମହମ୍ମଦ ତୋସିଫ, ଫୈଜାନ୍‌ ଆଲାମ, ସାଏବ ରାଜା ଓ ମହମ୍ମଦ ହାଇଦର ଅଲ୍ଲୀ। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୬ଟି ଲାପ୍‌ଟପ୍‌, ୧୧ ମୋବାଇଲ ଫୋନ୍‌, ୱାଇଫାଇ ରାଉଟର ଓ କିଛି ଡିଭାଇସ୍‌ ଜବତ କରିଛି। ଗତ ୧ ବର୍ଷ ହେବ ଆପାର୍ଟମେଣ୍ଟରେ ରହୁଥିଲେ ଏହି ରାକେଟ। କେୱାଇସି ଅପଡ଼େଟ ହେଉ ଅବା ଇନଭେଷ୍ଟ ନାଁରେ ଫୋନ କରି ଠକେଇ କରୁଥିଲେ।
ରାଜ୍ୟ ବାହାରେ ରାକେଟର କାର୍ପଟଦାର ଥିବା ତଦନ୍ତରୁ ଜଣାପଡ଼ିଛି। ଟଙ୍କା ଆକାଉଣ୍ଟରୁ ଲୁଟିବା ପରେ ସଙ୍ଗେ ସଙ୍ଗେ ଏକାଧିକ ଆକାଉଣ୍ଟ ଦେଇ କାର୍ପଟଦାର ପାଖକୁ ଚାଲି ଯାଉଥିଲା। ଧରାପଡ଼ିଥିବା ଅଭିଯୁକ୍ତମାନେ କାର୍ପଟଦାରଠାରୁ କମିସନ ନେଇ କାମ କରୁଥିଲେ। ରାକେଟଠାରୁ ଜବତ ହୋଇଥିବା ଲାପଟପ୍‌ ଓ ମୋବାଇଲ ଫୋନକୁ ନେଇ ବୈଷୟିକ ବିଶେଷଜ୍ଞଙ୍କ ଜରିଆରେ ପୁଲିସ ଯାଞ୍ଚ କରୁଛି। ଉକ୍ତ ଆପାର୍ଟମେଣ୍ଟର ୨୦୫ ନମ୍ବର ଫ୍ଲାଟରେ ଏହି ରାକେଟ ରହି ସାରା ଦେଶରେ ଜାଲ ବିଛାଇ ଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହି ଫ୍ଲାଟକୁ କିଏ ଭଡ଼ା ନେଇଥିଲା, କେବେଠାରୁ ଆପାର୍ଟମେଣ୍ଟରେ ଚାଲିଥିଲା କଲ ସେଣ୍ଟର, ଏବେସୁଦ୍ଧା କେତେ ଲୋକଙ୍କୁ ଠକିଛନ୍ତି ଏହି ରାକେଟ ଏବଂ ଠକେଇ ଟଙ୍କାକୁ ସେମାନେ କେଉଁଠି ବିନିଯୋଗ କରିଛନ୍ତି ସେ ବିଷୟରେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଜିମାରେ ଆଣି ଜେରା କରିବାକୁ ପୁଲିସ ଲକ୍ଷ୍ୟ ରଖିଛି।
ପୂର୍ବରୁ ସିମବକ୍ସ ରାକେଟ ଧରିଥିଲା କମିସନରେଟ ପୁଲିସ। ଏଥିରେ ବାଂଲାଦେଶ ଲିଙ୍କ ସାମ୍ନାକୁ ଆସିଥିଲା। ବାଂଲାଦେଶ ଅପରାଧୀ ପଶ୍ଚିମବଙ୍ଗ ଯୁବକ ସହାୟତାରେ ଭୁବନେଶ୍ବରରେ ସିମବକ୍ସ ଲଗାଇଥିଲା। ଏହି ସିମ୍‌ବକ୍ସ ଜରିଆରେ ବିଦେଶକୁ କଲ୍‌ କରାଯାଉଥିଲା। ଏହି ଘଟଣାର ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ପୁଣି ସାମ୍ନାକୁ ଆସିଛି ସାଇବର ଠକଙ୍କ ନକଲି କଲ ସେଣ୍ଟର। ଏହି ସାଇବର ଠକ ରାକେଟ ଚେର ‌େ‌ଦଶ ବାହାରକୁ ଲମ୍ବିଥିବା ପୁଲିସ ସନ୍ଦେହ କରୁଛି। ଅଭିଯୁକ୍ତମାନେ ଆକାଉଣ୍ଟ ଖାଲି କରିବା ପାଇଁ ଲୋକଙ୍କୁ ଜାଲରେ ପକାଉଥିଲେ। ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକଙ୍କ ପାଖକୁ ଏମାନେ ଭାଇରସ ପଠାଉଥିଲେ। ପରେ ଫୋନ୍‌ କରି ଆପଣଙ୍କ ଲାପ୍‌ଟପରେ ଭାଇରସ ରହିଛି, ସମସ୍ତ ଗୁପ୍ତ ତଥ୍ୟ ହ୍ୟାକ ହେବା ଆଶଙ୍କା ଥିବା କହୁଥିଲେ। ଏହାର ସମାଧାନ କରିବା ଲାଗି ଟଙ୍କା ଦାବି କରୁଥିଲେ। ଟଙ୍କା ପଠାଇବା ପରେ ଏମାନେ ସେହି ସମସ୍ୟାକୁ ସମାଧାନ କରୁଥିଲେ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟର ତଥ୍ୟ ଚୋରାଇ ନେଉଥିଲେ। ପରେ ସେମାନେ ଆକାଉଣ୍ଟରୁ ସବୁ ଟଙ୍କା ଲୁଟି ନେଉଥିଲେ। ଏଭଳି ଏକ ଅଭିଯୋଗର ତଦନ୍ତ କରିବା ପରେ ସାଇବର ଥାନା ପୁଲିସ ସମ୍ପୃକ୍ତ ରାକେଟର ସନ୍ଧାନ ପାଇଥିଲା। ଶେଷରେ ବୁଧବାର ଚଢ଼ଉ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories