www.samajalive.in
Sunday, December 7, 2025
16.1 C
Bhubaneswar

ଠକେଇ ମାମଲାରେ ରଜନୀକାନ୍ତଙ୍କ ପତ୍ନୀଙ୍କୁ ଜାମିନ: କହିଲେ,- ସେଲିବ୍ରିଟି ହେବାର ମୂଲ୍ୟ ଦେବାକୁ ପଡ଼େ

ହାଇଦରାବାଦ: ତାମିଲ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଚଳଚ୍ଚିତ୍ରକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି, କିନ୍ତୁ ଅଭିନେତା ଏବେ ତାଙ୍କ ପତ୍ନୀଙ୍କୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ରଜନୀକାନ୍ତଙ୍କ ପତ୍ନୀ ଲତା ରଜନୀକାନ୍ତଙ୍କୁ ତାମିଲ ଚଳଚ୍ଚିତ୍ର ‘କୋଚାଦାଇୟାଁ’ ସହ ଜଡ଼ିତ ଏକ ଠକେଇ ମାମଲାରେ ବେଙ୍ଗାଲୁରୁ ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ଲତା ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ସେଲିବ୍ରିଟି ହେବା କାରଣରୁ ଆମକୁ ଏଭଳି ମୂଲ୍ୟ ଦେବାକୁ ପଡ଼ୁଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ-

ଲତା ରଜନୀକାନ୍ତ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, “ମୋ ପାଇଁ ଏହା ଜଣେ ଲୋକପ୍ରିୟ ବ୍ୟକ୍ତିଙ୍କ ଅପମାନ, ନିର୍ଯାତନା ତଥା ଶୋଷଣର ମାମଲା। ସେଲିବ୍ରିଟି ହେବା ପାଇଁ ଏଭଳି ମୂଲ୍ୟ ଦେବାକୁ ପଡ଼ୁଛି। ମାମଲା ବରଂ ବଡ଼ ହୋଇ ନଥାଉ କିନ୍ତୁ ଖବର ବହୁତ ବଡ଼ ହୋଇଯାଏ। କୌଣସି ଠକେଇ ହୋଇନାହିଁ। ଏହା କେବଳ ଆମ ଭାବମୂର୍ତ୍ତିକୁ ଖରାପ କରିବାର ଏକ ଷଡ଼ଯନ୍ତ୍ର ଥିଲା, ଯେଉଁଥିରୁ ମୁଁ ମୁକ୍ତି ପାଇସାରିଛି।’’

- Advertisement -

ଚେନ୍ନଇସ୍ଥିତ ବିଜ୍ଞାପନ ବ୍ୟୁରୋ ଆଡଭର୍ଟାଇଜିଂ ପ୍ରାଇଭେଟ୍‌ ଲିମିଟେଡ୍ ୨୦୧୪ ଚଳଚ୍ଚିତ୍ରର ଅଧିକାରକୁ ନେଇ ତାଙ୍କ ବିରୋଧରେ ଠକେଇ ମାମଲା ଦାୟର କରିଥିଲା। ଅଭିଯୋଗକାରୀ କହିଛନ୍ତି ଯେ, ସେ ଫିଲ୍ମର ଅନ୍ୟତମ ନିର୍ମାତା ମିଡିଆ ୱନକୁ ୧୦ କୋଟି ଟଙ୍କା ଋଣ ଦେଇଥିଲେ ଏବଂ ଲଥା ରଜନୀକାନ୍ତ ଏଥିରେ ଗ୍ୟାରେଣ୍ଟର ଭାବରେ ଦସ୍ତଖତ କରିଥିଲେ।

ଲତା ରଜନୀକାନ୍ତ କହିଛନ୍ତି, ‘‘ଯେଉଁ ଟଙ୍କା ବିଷୟରେ କୁହାଯାଉଛି, ମୋର ତା’ ସହ କୌଣସି ସମ୍ପର୍କ ନାହିଁ। ଏହା ମିଡିଆ ୱନ୍ ଏବଂ ତା’ସହ ସମ୍ପୃକ୍ତ ଲୋକଙ୍କ ଭିତର କଥା। ସେମାନେ ପୂର୍ବରୁ ଆପୋଷ ବୁଝାମଣା କରି ସାରିଛନ୍ତି ଏବଂ ଏହି ସମଗ୍ର ବିଷୟ ସେମାନଙ୍କ ଭିତର କଥା। ଗ୍ୟାରେଣ୍ଟର ଭାବରେ ମୁଁ ନିଶ୍ଚିତ କରିଛି ଯେ, ସେମାନଙ୍କୁ ପାଉଣା ଦିଆସରିଛି। ଏହାପରେ ମୋତେ ଫସାଯାଇଛି।’’

ଖବର ଅନୁଯାୟୀ, ମଙ୍ଗଳବାର ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ ଅଦାଲତ ତାଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ୍‌ ଏବଂ ୨୫,୦୦୦ ଟଙ୍କା ନଗଦ ରାଶି ଜମା ପୂର୍ବକ ଜାମିନ ପ୍ରଦାନ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories