www.samajalive.in
Friday, December 5, 2025
23.1 C
Bhubaneswar

ସାମାଜିକ ବାସନ୍ଦର କରୁଣ ଚିତ୍ର: ମୃତଦେହକୁ ନେଲେ ତିନି ଯୁବତୀ

ଲାଞ୍ଜିଗଡ: ଆଧୁନିକ ଯୁଗ ଓ ଆଧୁନିକ ଶିକ୍ଷା ସତ୍ୱେ ସମାଜରେ ଆଜି ବି ଲୋକଙ୍କ ମନରେ ବସା ବାନ୍ଧି ରହିଛି କୁସଂସ୍କାର। ଆଧୁନିକ ଯୁଗରେ ବି ଲୋକଙ୍କୁ ଜାବୁଡି ଧରିଛି ସାମାଜିକ କଟକଣା। ଏହି ଭେଦଭାବ, କଟକଣା ଏତେ ମଜବୁତ ଯେ ଆଜିର ଶିକ୍ଷା, ସଂସ୍କାର ବି ସେସବୁ ଆଗରେ ମଜବୁର ହୋଇଯାଉଛି। ଜୀବନ ଥିବା ମଣିଷ ତ ଏହି ସାମାଜିକ ଭେଦଭାବ, କଟକଣା ଓ ବାସନ୍ଦର ଶିକାର ହୋଇ ଯାହା ଯନ୍ତ୍ରଣା ଭୋଗୁଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ମଣିଷର ମୃତ୍ୟୁ ପରେ ମୃତଦେହ ବି ଏଥିରୁ ବାଦ ପଡୁନାହିଁ।

ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ। ଶିଳ୍ପର ସହର ଲାଞ୍ଜିଗଡ଼ରେ ମୃତ୍ୟୁର ଦୀର୍ଘ ୮ ଘଣ୍ଟା ପର୍ଯ୍ୟନ୍ତ ମୃତଦେହକୁ କାନ୍ଧ ଦେବାକୁ କେହି ନବାହାରିବା ଘଟଣା ସାମାଜିକ ବାସନ୍ଦର ଭୟାବହ ଚିତ୍ରକୁ ଦର୍ଶାଉଛି। ଏପରିକି ଜାତିଭାଇ ସମସ୍ତେ ମୁହଁ ଫେରାଇ ନେବା ପରେ ଶେଷରେ ତିନିଜଣ ସମ୍ପର୍କୀୟ ଯୁବତୀ ଆଗେଇ ଆସି ମୃତଦେହକୁ କାନ୍ଧ ଦେଇଛନ୍ତି। ଯେଉଁଠି ମହିଳାଙ୍କୁ ମଶାଣୀକୁ ଯିବା ମନା ହୋଇଥାଏ, ସେଇଠି ଏହି ତିନି ଭଉଣୀ ସୃଷ୍ଟି କରିଛନ୍ତି ଉଦାହରଣ। ମୃତଦେହକୁ ଉପଯୁକ୍ତ ସମ୍ମାନ ଦେଇ ନିଜକୁ ସଭ୍ୟ, ଶିକ୍ଷିତ ବୋଲାଉଥିବା ସେହି ସମାଜର ବଡବଡ଼ିଆମାନଙ୍କ ମୁହଁରେ ସତେ ଯେମିତି ଚାପୁଡ଼ା ମାଡ଼ ଦେଇଛନ୍ତି।

- Advertisement -

ଖବର ଅନୁଯାୟୀ, ୨୦ତାରିଖ ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଲାଞ୍ଜିଗଡ଼ ପ୍ରଧାନୀପଡ଼ାରେ ଜଣେ ଯୁବକ ମହେନ୍ଦ୍ର ଦଳେଇଙ୍କ ମୃତ୍ୟୁ ଘଟିଥିଲା। କିଛି ବର୍ଷ ପୂର୍ବରୁ ତାଙ୍କ ବାପା ମାଆଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ସେତେବେଳେ ମଧ୍ୟ ମୃତଦେହ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଥିଲା। କିନ୍ତୁ ସବୁଠାରୁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ମହେନ୍ଦ୍ରଙ୍କ ମୃତ୍ୟୁ ପରେ। ସକାଳ ୮ଟାରେ ମୃତ୍ୟୁ ପରେ ତାଙ୍କ ବଡ଼ବାପା ଓ ଅନ୍ୟମାନେ ସଂସ୍କାର ପାଇଁ ଜାତିଭାଇଙ୍କୁ ନେହୁରା ହୋଇଥିଲେ। କିନ୍ତୁ ସାମାଜିକ କଟକଣା ଭୟରେ କେହି ବାହାରିନଥିଲେ।

 

Hot this week

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

Related Articles

Popular Categories