www.samajalive.in
Friday, December 12, 2025
19.1 C
Bhubaneswar

ଲାଞ୍ଜିଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଲାଞ୍ଜିଗଡ଼଼: ଭିନ୍ନକ୍ଷମମାନଙ୍କୁ ସରକାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅନେକ ଯୋଜନା କରୁଛନ୍ତି ବର୍ଷକୁ ବର୍ଷ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କରାଯାଉଛି ଏହି ପରିପ୍ରେକ୍ଷିରେ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ମଧ୍ୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ପ୍ରଶାର କରାଯାଇଥିଲା। ଆଜି ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମକୁ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ବ୍ଲକରେ ଥିବା ସମସ୍ତ ଭିନ୍ନକ୍ଷମମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ବୋଲି ସେ ପ୍ରକାଶ କରିଥିବା ବେଳେ ଆଜି ସାମର୍ଥ୍ୟ ଶିବିରରେ ବ୍ଲକ ୧୧୦ଜଣ ଭିନ୍ନକ୍ଷମ ନିଜ ନାମ ପଞ୍ଜିକରଣ କରିଥିଲେ।

ଏହି ଶିବିରରେ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ୮୮ଜଣ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ୪ଜଣଙ୍କୁ ହୁଇଲ ଚ୍ୟାୟର ଓ ୧୭ଜଣଙ୍କୁ ବସ ଓ ଟ୍ରେନ ପାସ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ,ଜିଲ୍ଲାପରିଷଦ ସଦସ୍ୟ ପରକ୍ଷିତ ନାଏକ,ଜଗଦିଶ ବେନିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ହୁଇଲ ଚ୍ୟାୟେର ଓ ପ୍ରମାଣପତ୍ର ଭିନ୍ନକ୍ଷମ ମାନଙ୍କୁ ପ୍ରଦାନ କରିଥିଲେ। ଭବାନୀପାଟଣା ଡିଡିଆରସି ଅଫିସରୁ ଡିଡିଆରଓ ଶୁବାଶିଷ ମହାନ୍ତି,ଏଡିଓଲୋଜିଷ୍ଟ ବାଦଲ କୁମାର ପଟ୍ଟନାୟକ,ମୋବାଇଲିଟି ଇନସପେକ୍ଟର ନିବାସ ଚନ୍ଦ୍ର ସାହୁ,ଡିଏସଏସଓ ମଦନଜିତ ହୋତା,ଡିଏସଏସଓ ସଶ୍ମୀତା ହୋତା ପ୍ରମୁଖ ସହଯୋଗ କରିଥିବା ବେଳେ ଅସ୍ଥିଶଲ୍ୟ ବିଷେଷଜ୍ଞ ସୁନିଲ କୁମାର ପାଡି ଓ ଡ.ପ୍ରତାପ କୁମାର ପଟ୍ଟନାୟକ,କାନ,ନାକ ଓ ଗଳା ବିଶେଷଜ୍ଞ ପ୍ରଦ୍ମୁନ୍ନ କିଶୋର ପଣ୍ଡା,ଚକ୍ଷୁ ବିଶେଷଜ୍ଞ ଡ.ନିବେଦିତା ସହୁ ପ୍ରମୁଖ ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ସୁଜିତ ବାବୁ,ପିତବାସ ଓ ଭୁଜନ ହାତୀ ପଞ୍ଜିକରଣରେ ସହଯୋଗ କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories