www.samajalive.in
Saturday, December 6, 2025
16.1 C
Bhubaneswar

ଯୁବକଙ୍କ ମୃତଦେହ ଉଦ୍ଧାର

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ବନ୍ଧପାରୀ ପଞ୍ଚାୟତର ଡଙ୍ଗରୀ ଗାଁର ବାଲି ମାଝୀ(୪୦)ଙ୍କ ମୃତଦେହ ସୋମବାର ଟକଲାସୁର ନିକଟସ୍ଥ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ହେଲେ ଏହି ଯୁବକଙ୍କ ମୃତ୍ୟୁ କେମିତି ହେଲା ତାହା ଏବେ ମଧ୍ୟ ଅଷ୍ପଷ୍ଟ ରହିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ, ଆଜକୁ ତିନିଦିନ ହେଲା ବାଲି ମାଝୀ କାମକୁ ଆସି ଘରକୁ ଫେରି ନଥିଲେ। ସେ ଲୁମା ଗାଁରେ ଅମ୍ବାଦୋଳାର ମୁନ୍ନା ବାବୁଙ୍କଠାରେ କାମ କରୁଥିଲେ। କାମକୁ ଆସି ଘରକୁ ନ ଫେରିବାରୁ ତାକୁ ଖୋଜା ଖୋଜି କରିଥିଲା ତାଙ୍କ ପତ୍ନୀ। ହେଲେ ଆଜି ସ୍ଥାନୀୟ ଲୋକେ ଏକ ମୃତଦେହ ଜଙ୍ଗଲରେ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ବିଶ୍ୱନାଥପୁର ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ରଖିଥିବା ବେଳେ ଦୁଇରୁ ତିନିଦିନ ତଳେ ବାଲି ମାଝୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତଦେହର ଗୋଟିଏ ହାତ ଏବଂ ଗୋଡକୁ ଜଙ୍ଗଲି ଜୀବଜନ୍ତୁ ଖାଇଦେଇଥିବା ଦେଖିବାକୁ ମିଳିଛି। ହେଲେ ବାଲି ମାଝୀଙ୍କ କଣ ପାଇଁ ମୃତ୍ୟୁ ହେଲା ଏବଂ ଏହା ହତ୍ୟା ନା ଆତ୍ମହତ୍ୟା କି କାହା ସହିତ ପୂର୍ବ ଶତୃତା ଥିଲା ସେନେଇ ପୁଲିସ ଯାଞ୍ଚ କରୁଛି। ବାଲି ମାଝୀଙ୍କ ନିଖୋଜ ପରେ ପୁଲିସ ପାଖରେ କାହିଁକି ଅଭିଯୋଗ କରାଯାଇ ନ ଥିଲା ଏହି ସବୁ ପ୍ରଶ୍ନ ଜନ ସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହେଲେ ପୁଲିସର ତଦନ୍ତ ପରେ ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories