www.samajalive.in
Sunday, December 7, 2025
16.1 C
Bhubaneswar

ଝାଡ଼ାବାନ୍ତି ପ୍ରଭାବିତ ଇଲାକା ଗସ୍ତରେ କଂଗ୍ରେସ ପ୍ରତିନିଧି ଦଳ

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକ କଦମ୍ବଗୁଡା ଗ୍ରାମପଞ୍ଚାୟତର ସେମେଲପଦର ଓ ବାଲାପଦର ଗାଁରେ ଝାଡାବାନ୍ତିର ପ୍ରକୋପ ବୃଦ୍ଧି ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପରେ କଂଗ୍ରେସର ଏକ ପ୍ରତିନିଧି ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । କଂଗ୍ରେସ ଦଳର ଯୁବନେତା ଚାଞ୍ଚେର ମାଝୀ, ଲାଞ୍ଜିଗଡ ବ୍ଲକ କଂଗ୍ରେସ କମିଟିର ସଭାପତି ହରିହର କୁମାର, କଂଗ୍ରେସ ନେତା କନୌଜ ରାଉତ, ପୂର୍ଣ୍ଣଚନ୍ଦ୍ର ଗଉଡ, କେଶବ ଚନ୍ଦ୍ର ବାରିକଙ୍କୁ ନେଇ ଏକ ପ୍ରତିନିଧି ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ । ଏହାସହିତ ଯୁବନେତା ଶ୍ରୀ ମାଝୀ ବାଲାପଦର ଗାଁର ମୃତକ ନିରନ ମାଝୀ, କବିତା ମାଝୀ ଓ ନୂଆପଡାର କର୍ଣ୍ଣ ମାଝୀଙ୍କ ପରିବାର ବର୍ଗଙ୍କୁ ଦଶାହ କ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories