www.samajalive.in
Saturday, December 6, 2025
26.1 C
Bhubaneswar

ବୁଡ଼ିଯିବ କି ହାତୀ ବଂଶ ? ପୁଣି ଆଉ ୨ ମାଈ ହାତୀଙ୍କ ମୃତ୍ୟୁ

କେନ୍ଦୁଝର: ସଙ୍କଟରେ ଗଜରାଜ । ବୁଡ଼ିଯିବ କି ହାତୀ ବଂଶ ? ବାରମ୍ବାର ହାତୀ ମାନଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଆଜି ଆଉ ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ୍‌ ତାର ଲାଗି ହାତୀ ମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେନ୍ଦୁଝର ସଦର ବନାଞ୍ଚଳ ଜୁଡ଼ିଆ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ କେନ୍ଦୁଝର ସଦର ବନାଞ୍ଚଳ ଜୁଡିଆ କୃଷି ବିଜ୍ଞାନ କେନ୍ଦ୍ରରେ ଏକ ବିଦ୍ୟୁତ୍ ତାର ଲାଗି ୨ଟି ମାଈ ହାତୀଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ସଦର ବନାଞ୍ଚଳ ଜୁଡିଆ କୃଷି ବିଜ୍ଞାନ କେନ୍ଦ୍ରରେ ବନ ବିଭାଗର କର୍ମଚାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି। ବନବିଭାଗର ପ୍ରାଥମିକ ତଦନ୍ତ ଅନୁଯାୟୀ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକାଲି ରାତିରେ ୯ଟିକିଆ ହାତୀପଲ ଖାଦ୍ୟ ଅନ୍ୱେଷଣରେ କୃଷି ବିଜ୍ଞାନ କେନ୍ଦ୍ରକୁ ଆସିଥିଲେ । ଯେତେବେଳେ ଗଛର ଡାଳ ଖାଇବାକୁ ଚେଷ୍ଟା କରିଥିଲେ । ଡାଳଟିରେ ବିଦ୍ୟୁତ୍ ତାର ଲାଗି ରହିଥିଲା । ବିଦ୍ୟୁତ୍ ଆଘାତ ଲାଗି ୨ଟି ହାତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

- Advertisement -

ଅତୀତରେ ଅନେକ ହାତୀଙ୍କ ମୃତ୍ୟୁ ଉପରୁ ପରଦା ହଟିନଥିବା ବେଳେ କିଛି ଅଭିଯୁକ୍ତଙ୍କୁ ବନବିଭାଗ ଓ ପୁଲିସ ଗିରଫ କରିଛି । ତଥାପି ଅନେକ ହାତୀଙ୍କ ମୃତ୍ୟୁ ଉପରୁ ପରଦା ହଟିପାରିନାହିଁ । ଏହି ସମୟରେ ବାର୍ତ୍ତମାନ ପୁଣି ଆଉ ଦୁଇଟି ହାତୀ ମୃତ୍ୟୁକୁ ନେଇ ବନବିଭାଗର ଚିନ୍ତା ବଢ଼ିଯାଇଛି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories