www.samajalive.in
Friday, December 12, 2025
17.1 C
Bhubaneswar

ମାଓ ପ୍ରବଣ ନିୟମଗିରି ଅଞ୍ଚଳରେ ଡଙ୍ଗରିଆ ଓ ଝରଣିଆଙ୍କୁ ସଚେତନ କଲେ ବିଡିଓ

ଲାଞ୍ଜିଗଡ: କରୋନା ମୁକାବିଲା ନେଇ ଶନିବାର ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ ଓ ଝରଣିଆଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ନିୟମଗିରି ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ କରୋନା କଣ , କଣ କଲେ କରୋନା ଆମ ପାଖ ମାଡିବ ନାହିଁ ସେ ସବୁ ବିଷୟରେ ନିୟମଗିରି ଅଞ୍ଚଳବାସିଙ୍କ ସହ ଆଲୋଚନା କରିଥିଲେ। ତ୍ରିଲୋଚନପୁର ପଞ୍ଚାୟତର ଆମ୍ବଗୁଡା,ଇଜୁରୁପା,ଫୁଲଡୁମେର,ଗନ୍ଧଣି ଆଦି ଗାଁକୁ ଯାଇ ମାସ୍କ ବଣ୍ଟନ କରିବା ସହ ମାସ୍କ କିପରି ବ୍ୟବହାର କରିବେ  ସାମାଜିକ ଦୁରତା ରକ୍ଷା କରିବା ଓ ଲକ୍‍ଡାଉନ୍‍ କଣ ସେ ବିଷୟରେ ମଧ୍ୟ ବୁଝାଇଥିଲେ।

ସୂଚନା ଅନୁଯାୟୀ,  ନିୟମଗିରିର ଅନେକ ଗାଁ ଆଜି ମଧ୍ୟ ବିଜୁଳି ଆଲୁଅ ସାତସପନ ପାଲଟିଛି। ସେଥିପାଇଁ ଡଙ୍ଗରିଆ ଓ ଝରଣିଆ କନ୍ଧ ମାନେ ଟେଲିଭିଜନ ଦେଖିପାରନ୍ତି ନାହିଁ। ସେ ଅଞ୍ଚଳ ସବୁକୁ ରାସ୍ତା ନଥିବାରୁ କୌଣସି ଡାକବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ ପ୍ରଚାର କରିବା ସମ୍ଭବ ନୁହଁ।  ଲକ୍‍ଡାଉନ୍‍ଯୋଗୁଁ ଏଠିକାର ଆଦିବାସି ମାନେ ବାହାରକୁ ମଧ୍ୟ ଯାଇ ପାରୁ ନାହାନ୍ତି। ସେଥିପାଇଁ ଏମାନେ କରୋନା ଭାଇରସକୁ ନେଇ ବେସି କିଛି ଜାଣିପାରି ନାହାନ୍ତି। ସରକାରଙ୍କ ଅନେକ ଯୋଜନା ବିଷୟରେ ମଧ୍ୟ ସେମାନଙ୍କୁ ଅବଗତ କରାଇଥିଲେ। ବିଡିଓ ଶ୍ରୀଯୁକ୍ତ ମିଶ୍ର ଏହି ଅଞ୍ଚଳକୁ ଗସ୍ତକରି ସମସ୍ତଙ୍କୁ ସଚେତନ କରିବା ଏକ ପ୍ରକାର ବରଦାନ ସାଜିଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories