www.samajalive.in
Friday, December 5, 2025
27.1 C
Bhubaneswar

ଅଧ ପନ୍ତରିଆ ନିର୍ମାଣଧିନ ବ୍ରିଜ:  ଅସ୍ଥାୟୀ ରାସ୍ତା ଧୋଇ ଯିବାରୁ ୮ଖଣ୍ଡ ଗ୍ରାମବାସୀ ହନ୍ତ ସନ୍ତ

ଲାଞ୍ଜିଗଡ:  ସରକାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାଦାରଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ତାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ବିଜେପୁର ପଞ୍ଚାୟତ ଅଧିନରେ ଥିବା ଖଜୁରିଗୁଡା ଗାଁରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨ ବର୍ଷ ଧରି ନିର୍ମାଣଧୀନ ବ୍ରିଜ ଅଧାପନ୍ତରିଆ ଭାବେ ପଡ଼ି ରହିଛି । ଫଳରେ ଗତ ଲଘୁଚାପ ଜନିତ ବର୍ଷା ଯୋଗୁଁ ବ୍ରିଜ ପାର୍ଶ୍ଵରେ ଥିବା ଅସ୍ଥାୟୀ ରାସ୍ତା ଧୋଇ ହୋଇଯାଇଛି। ଯାହା ଫଳରେ ଏହି ଅସ୍ଥାୟୀ ରାସ୍ତା ଦେଇ ଯାଉଥିବା ୮ଖଣ୍ଡ ଗାଁର ଲୋକଙ୍କ ଯାତାୟତରେ ବାଧା ଉପୁଜୁଛି।

ସେହି ସବୁ ଗାଁ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ବାଇକ ଯୋଗେ ଯାତାୟତ କରୁଥିବା ବେଳେ କେତେ ବେଳେ କିଛି ଅଘଟଣ ହେବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏ ନେଇ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କୁ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଶ୍ରୀ ପାତ୍ର ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଥିଲେ। ଏହାସହିତ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ସ୍ଥିତି ଅନୁଧ୍ୟାନ ସମୟରେ ଲାଞ୍ଜିଗଡ଼ ବ୍ଳକ ଉପାଧ୍ୟକ୍ଷ ଉପସ୍ଥିତ ଥିଲେ। ଯଥାଶୀଘ୍ର ଏହାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories