ଭୁବନେଶ୍ବର : ଭୁବନେଶ୍ବର ରସୁଲଗଡ ଛକରେ ଅଚାନକ ଜଣେ ମହିଳା ଚାଲିଆସିବାରୁ କିଛି ସମୟ ପାଇଁ ଅଟକି ରହିଥିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାରକେଡ୍ । ମହିଳାଙ୍କୁ ପୁଲିସ ବୁଝାସୁଝା କରି ହଟାଇବା ପରେ କାରକେଡ୍ ପୁଣି ଯାତ୍ରା କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି କଟକଣା ଜାରି କରାଯାଇଥିଲା । ଅନ୍ୟ ଗାଡିଗୁଡିକୁ କିଛି ସମୟ ଅଟକି ରହିବାକୁ ନିର୍ଦ୍ଦେଶ ରହିଥିଲା । କିନ୍ତୁ ଏହି ସମୟରେ ଉକ୍ତ ମହିଳାଜଣକ ରାଗିଯାଇ କାରକେଡ୍ ଆଗକୁ ଚାଲିଆସିଥିଲେ ଏବଂ କାହିଁକି ଅନ୍ୟମାନଙ୍କୁ ଏତେ ସମୟ ଅଟକାଯାଇଛି ବୋଲି ରାଗରେ କହିଥିଲେ । ଏଥିରେ କିଛି ସମୟ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଅଟକି ରହିଥିଲା । ପୁଲିସ ମହିଳାଙ୍କୁ ବୁଝାସୁଝା କରି ହଟାଇବା ପରେ କାରକେଡ୍ ଯାଇଥିଲା । ତେବେ ମହିଳାଙ୍କ ମେଡିକାଲ ସମ୍ବନ୍ଧୀୟ ଜରୁରି କାମ ଥିବାରୁ ଅନେକ ସମୟ ଅପେକ୍ଷା କରି ଶେଷରେ ଏମିତି କରିଥିବା ସେ କହିଥିଲେ ।
ଦାନ୍ତ ଉପରେ ବି ପଡେ ଗ୍ରହଙ୍କ ପ୍ରଭାବ; ଜାଣନ୍ତୁ ରାଶି ଅନୁଯାୟୀ ବ୍ରଶର ରଙ୍ଗ..



