www.samajalive.in
Tuesday, December 9, 2025
16.1 C
Bhubaneswar

ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ପରିଦର୍ଶନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଅନ୍ଧାରୁଆ ଠାରେ ଥିବା ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱରକୁ ଆଜି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପରିଦର୍ଶନ କରିଛନ୍ତି । ଏଥିରେ ମନ୍ତ୍ରୀ ପ୍ରତିଷ୍ଠାନର ପରିସର ଯଥା ପ୍ରଶାସନିକ ବ୍ଲକ, ଏକାଡେମିକ ବ୍ଲକ, ଲାଇବ୍ରେରୀ ଓ ଛାତ୍ରାବାସ ଆଦି ବୁଲି ଦେଖିଥିଲେ ।

ପ୍ରାରମ୍ଭରେ ପ୍ରତିଷ୍ଠାନର କାର୍ଯ୍ୟବଳୀ ଓ ଯୋଜନା ସମ୍ପର୍କରେ ମନ୍ତ୍ରୀ ଜାଣିବାକୁ ଚାହିଁଥିଲେ । ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଯଶୋବନ୍ତ ଜେନା ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟବଳୀ, ପାଠ୍ୟ ଖସଡା , ଶିକ୍ଷାଦାନ ବ୍ୟବସ୍ଥା ଓ ପ୍ରତିଷ୍ଠାନର ସଫଳତା ଉପରେ ଆଲୋକପାତ କରିଥିଲେ । ଗଣିତର ଗବେଷଣାତ୍ମକ ସ୍ଵତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇ ଶିକ୍ଷାଦାନ, ଗଣିତର ପ୍ରୟୋଗାତ୍ମକ ଦିଗରେ ଗବେଷଣା, ମେଧା ଅନ୍ଵେଷଣ ଓ ପ୍ରଶିକ୍ଷଣ ଇତ୍ୟାଦି କାର୍ଯ୍ୟକୁ ହାତକୁ ନେଇ ପ୍ରତିଷ୍ଠାନ ସେହି ଦିଗରେ କାର୍ଯ୍ୟ କରୁଥିବା ସେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

- Advertisement -

ଆବଶ୍ୟକ ଅନୁସାରେ ଏହି ପ୍ରତିଷ୍ଠାନରେ ଅଧ୍ୟାପକ ନିଯୁକ୍ତି ଏବଂ ଭିତ୍ତି ଭୂମି ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଅବସରରେ କହିଥିଲେ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏହି ଗସ୍ତ ସମୟରେ ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ଶାସନ ସଚିବ ଶିବାନୀ ମହାନ୍ତି, ଅନୁ ଶାସନ ସଚିବ ପଦ୍ମଲୋଚନ ଦାସ , ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ରେଜିଷ୍ଟାର ଓ ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories