www.samajalive.in
Friday, December 12, 2025
19.1 C
Bhubaneswar

ହୃଦଘାତରେ ପଶ୍ଚିମବଙ୍ଗ ଶ୍ରମିକଙ୍କ ମୃତ୍ୟୁ

ବିନିକା : ବିନିକା ଥାନା ଅନ୍ତର୍ଗତ ସିଂଘିଯୁବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲକ୍ ଡାଉନ୍ ପରିପ୍ରେକ୍ଷୀରେ ରହୁଥିବା ପ୍ରାୟ ୮ ଜଣ ପଶ୍ଚିମବଙ୍ଗର ଶ୍ରମିକଙ୍କ ମଧ୍ୟରୁ ରାଜମିସ୍ତ୍ରୀ ଭାବରେ କାମ କରୁଥିବା ଜଣେ ୨୧ ବର୍ଷୀୟ ଯୁବକଙ୍କ ହୃଦଘାତରେ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଏହି ଶ୍ରମିକମାନେ ପ୍ରାୟ ୪/୫ ମାସ ହେଲା ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୌଚାଳୟ ତିଆରି କାମ କରୁଥିଲେ। କିନ୍ତୁ ଗତ ବିଳମ୍ବିତ ରାତିରେ ବକୁଲ ସେଖ୍ (୨୧) ନାମକ ଯୁବକ ଜଣକ ସ୍କୁଲ ପରିସରରେ ଥିବା ପାଇଖାନାକୁ ଯାଇ ସେଠାରୁ ଫେରି ପୁଣି ନିଜ ଆସ୍ଥାନରେ ଶୋଇବା ବେଳେ ସେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ। ପରେ ଯୁବକର ଶୋଇବା ଶଯ୍ୟାରେ ହୃଦଘାତରେ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହି ଖବର ପ୍ରଚାରିତ ହେବା ପରେ ବିନିକା ପୁଲିସକୁ ଖବର ଦିଆଯାଇଥିଲା। ସକାଳ ପ୍ରାୟ ସାଢେ଼ ଦଶଟା ସୁଦ୍ଧା ବିନିକା ଥାନା ଅଧିକାରୀ କୁଶ ପାଣିଗ୍ରାହୀଙ୍କ ସମେତ ଫୋର୍ସ ପହଞ୍ଚି ଯୁବକଙ୍କ ମୃତଦେହକୁ ଯବତ କରିଥିଲେ। ଘଟଣାର ଖବର ପାଇ ବିଏମ୍.ପୁର ଉପ ଜିଲ୍ଲାପାଳ ଅଶୋକ ଭୋଇଙ୍କ ସମେତ ବିନିକା ତହସିଲଦାର ତଥା ଏକଜ୍ୟୁକିଟିଭ୍ ମାଜିଷ୍ଟ୍ରେଟ ଅଲେଖ ଘୁଟ୍ଟା, ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ଡିଲେଶ୍ଵର ଖାଖା, ବିନିକା ବିଡ଼ିଓ ବିଶ୍ବରଞ୍ଜନ ମଲ୍ଲିକ, ଏବିଡିଓ ନିରଞ୍ଜନ ନାଏକ, ସ୍ଥାନୀୟ ସରପଞ୍ଚ ମହାବୀର ବରିହା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ସଂକ୍ରମିତ ମହାମାରୀ କରୋନା ବିପତ୍ତି ପରିସ୍ଥିତିରେ ଏହି ପଶ୍ଚିମବଙ୍ଗର ଶ୍ରମିକମାନେ ନିଜ ରାଜ୍ୟକୁ ଯାଇ ନ ପାରି ଫସି ରହିବାରୁ ଏମାନଙ୍କୁ ପଞ୍ଚାୟତ କତୃପକ୍ଷ ସିଂଘିଯୁବା ସରକାରୀ ପ୍ରାଥମିକ ସ୍କୁଲରେ ରହିବା ପାଇଁ ଆଶ୍ରୟ ଦେଇ ସେମାନଙ୍କୁ ଏହି ଲକ୍ ଡାଉନ୍ ପରିପ୍ରେକ୍ଷୀରେ ପଞ୍ଚାୟତ ତରଫରୁ ପ୍ରତ୍ୟହ ଖାଦ୍ୟପେୟର ବ୍ୟବସ୍ଥା କରାଯାଉଥିଲା। ପରେ ଯୁବକର ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ଅଣାଯାଇଥିଲା। ମୃତ ଯୁବକ ବକୁଳ ସେଖ୍ ପଶ୍ଚିମବଙ୍ଗ ରାଜ୍ୟର ମୁର୍ଶିଦାବାଦ ଜିଲ୍ଲାର ବୋଲି ଜୈଦପୁର ଅଞ୍ଚଳର ବାସିନ୍ଦା ପୁଲିସକୁ କହିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଯୁବକର ମୃତ ଦେହକୁ ତାଙ୍କ ରାଜ୍ୟ ପଶ୍ଚିମବଙ୍ଗ ଘରକୁ ପଠାଯିବା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଛି ବୋଲି ସୂଚନା ଦେବା ସହିତ ଅନ୍ୟ ଶ୍ରମିକମାନଙ୍କୁ ମଧ୍ୟ ତାଙ୍କ ରାଜ୍ୟକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ବିନିକା ଥାନା ଅଧିକାରୀ କୁଶ ପାଣିଗ୍ରାହୀ କହିଛନ୍ତି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories