ସାହିତ୍ୟ ସାଧନା ଲାଗି ଆରଏସପିରୁ ସ୍ଵେଚ୍ଛାକୃତ ଅବସର ନେଲେ ‘କୁମାର ଦମ୍ପତି’
ଆନ୍ତର୍ଜାତିକ ସାହିତ୍ୟିକ ତଥା ଦେଶ ବିଦେଶରେ ପୁରସ୍କୃତ ଇଂରାଜୀ ଶିଶୁ ସାହିତ୍ୟ ସାଧକ ରମେନ୍ଦ୍ର କୁମାର ରାଉରକେଲା ଇସ୍ପାତ କାରଖାନାରୁ ସ୍ଵେଚ୍ଛା ଅବସର ନେଇଛନ୍ତି । ସେ ଆରଏସପିରେ ସଞ୍ଚାର ମୁଖ୍ୟ (ମହାପ୍ରବନ୍ଧକ) ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ସହ ମହାପ୍ରବନ୍ଧକ ଭାବରେ କାର୍ଯ୍ୟ କରୁଥିବା ପତ୍ନୀ ମାଧବୀ କୁମାର ମଧ୍ୟ ସ୍ଵେଚ୍ଛା ଅବସର ଗ୍ରହଣ କରିଛନ୍ତି । ଉଭୟଙ୍କୁ ଆରଏସପି ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସାହିତ୍ୟ ସାଧନା ନିମନ୍ତେ ସେ ଚାକିରି ଛାଡ଼ିଛନ୍ତି ଏବଂ ପରବର୍ତୀ ଜୀବନ ବାଙ୍ଗାଲୋରରେ ଅତିବାହିତ କରିବେ ବୋଲି ସୂଚନା ଦେଇଛନ୍ତି ।
ଦିଲ୍ଲୀ, ମୁମ୍ବାଇ, ଭୁବନେଶ୍ଵର ସହିତ ବିଭିନ୍ନ ଆନ୍ତର୍ଜାତୀୟ ପ୍ରକାଶନୀ ସଂସ୍ଥା ପକ୍ଷରୁ ତାଙ୍କର ୩୮ଟି ପୁସ୍ତକ ପ୍ରକାଶିତ ହୋଇଛି । ୨୦୧୪ରେ ତାଙ୍କ ଲିଖିତ ‘‘ମୋହିନୀ’’ ବେଷ୍ଟ ସେଲର ମର୍ଯ୍ୟାଦା ମଧ୍ୟ ପାଇଥିଲା । ଜଣେ ଶିଶୁ ସାହିତ୍ୟିକ ଭାବରେ ପରିଚିତ ରମେନ୍ଦ୍ର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଓ ହକି କିମ୍ବଦନ୍ତୀ ଦିଲ୍ଲୀପ ତିର୍କୀଙ୍କ ଜୀବନୀକୁ ନେଇ କାହାଣୀ ଲେଖିଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ତାଙ୍କ ଲିଖିତ ପୁସ୍ତକ ବେଶ୍ ଆଦୃତ ହୋଇଥିଲା ।
Comments are closed.