ନୂଆଦିଲ୍ଲୀ: ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସେନଗରଙ୍କୁ କୋର୍ଟ ୧୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ମାମଲାର ସମସ୍ତ ଦୋଷୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଦିଲ୍ଲୀର ତୀସ୍ ହଜାରୀ କୋର୍ଟ ଗତ ୪ ତାରିଖରେ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ୪ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଛାଡ଼ି ଦେଇଥିଲେ। ଏହି ମାମଲାର ସେନଗରଙ୍କ ଭାଇଙ୍କୁ ବି ଦୋଷୀ ସାବ୍ୟସ୍ତ କରାଯାଇଛି। ୨୦୧୭ରେ ପୀଡ଼ିତାଙ୍କୁ ଅପହରଣ କରାଯାଇ ବଳାତ୍କାର କରାଯାଇଥିଲା। ସେତେବେଳେ ସେ ନାବାଳିକା ଥିଲେ। କୋର୍ଟ ଗତବର୍ଷ ଡିସେମ୍ବର ୨୦ରେ ଏହି ମାମଲାର ଶୁଣାଣି କରି ଦୋଷୀ ସେନଗରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୧୮ ଏପ୍ରିଲ ୯ରେ ପୀଡ଼ିତାଙ୍କ ବାପା ପୁଲିସ ହାଜତରେ ପ୍ରାଣ ହରାଇଥିଲେ। ତାଙ୍କୁ ସେନଗରଙ୍କ ଭାଇ ଓ ତାଙ୍କ ସହଯୋଗୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।
ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା ଘଟଣାରେ ବିଧାୟକ ସେନଗରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ, ୧୦ ଲକ୍ଷ ଜରିମାନା
Popular Categories



