www.samajalive.in
Sunday, December 7, 2025
16.1 C
Bhubaneswar

ବାମଣ୍ଡାଗଡ ଡାକଘରୁ ଜମାକାରୀଙ୍କ ଟଙ୍କା ଆତ୍ମସାତ ଅଭିଯୋଗ

କୁଚିଣ୍ଡା: କୁଚିଣ୍ଡା ଥାନା ଡିମିରିମୁଣ୍ଡା ଗ୍ରାମପଞ୍ଚାୟତ ବାମଣ୍ଡାଗଡ ପୋଷ୍ଟଅଫିସରରେ ଅବସ୍ଥାପିତ ଜନୈକ କର୍ମଚାରୀ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ପୋଷ୍ଟଅଫିସରେ ଜମା କରିବା ପରିବର୍ତ୍ତେ ଆତ୍ମସାତ କରିଥିବା ଗୁରୁତର ଅଭିଯୋଗ ହୋଇଛି ।  ଜମନକିରା ବ୍ଲକ ଡିମିରିମୁଣ୍ଡା ପଞ୍ଚାୟତ ବାମଣ୍ଡାଗଡ ଗାଁ ଏକ ଆଭ୍ୟନ୍ତରୀଣ ଗାଁ ଭାବେ ପରିଚିତ । ସେଠାରେ ଥିବା ଡାକ ଘର ଉପରେ ବାମଣ୍ଡାଗଡ,ଲେପେଇକାନି, ବାବେଜୋରି, କରଙ୍ଗାମାଲ ଆଦି ଅଧିବାସୀ ନିର୍ଭର କରିଥାନ୍ତି । ସେଠାରେ ବହୁ ଲୋକ ନିୟମିତ ଭାବେ ଟଙ୍କା ଜମାକରୁଥିଲେ ।  ମାତ୍ର ସେଠାରେ ଥିବା ଡାକ କର୍ମଚାରୀ କୁଆଡେ ଉକ୍ତ ଜମା ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଦିର୍ଘମାସ ଅପେକ୍ଷା କରିବା ପରେ ସଂପୃକ୍ତ ଗାଁ ଗୁଡିକର ଜମାକାରୀ ମାନେ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରି କର୍ମଚାରୀ ହୀରାଧର ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଟଙ୍କା ଫେରେଇବାକୁ ଅନୁରୋଧ କରିଥିଲେ ।  ମାତ୍ର ଏଦିଗରେ ବିଶେଷ ଫଳପ୍ରଦ ନହେବାରୁ ଆଜି ବାମଣ୍ଡାଗଡ, ଲେପେଇକାନି ଗ୍ରାମର ଜମାକରୀ ମାନେ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରି ବରଗଡ ଅଞ୍ଚଳର ହୀରଧର ସାହୁଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ତାଙ୍କୁ ଜମା ଅର୍ଥ ଫେରେଇବାକୁ ଅନୁରୋଧ କରିଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories